ବିଜେଡି ପ୍ରେସମିଟର କାଉଣ୍ଟର କଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ

ବିଜେଡି ପ୍ରେସମିଟ ର କାଉଣ୍ଟର କଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । କହିଲେ ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ସେ ସମୟ ରେ କିଛି ପୋଲିସ ମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନ କାରୀ ଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପୁରୁଷ ପୋଲିସ ମହିଳା କାର୍ଯ୍ୟକର୍ତା ଙ୍କୁ ଖରାପ ଆଚରଣ କଲେ ।

ବିଜେଡି ଆଜି ଏକ ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛି । କହିଛି ଜଣେ ବ୍ୟକ୍ତି ଙ୍କ ର ରାଜନୈତିକ ନ୍ୟସ୍ତ ସ୍ୱାର୍ଥ କୁ ପୂରଣ କରିବା ପାଇଁ ଏପରି କରାଯାଇଛି । ମୁଁ ବିଜେଡି କୁ ପ୍ରଶ୍ନ କରୁଛି ବିଜୁ ଜନତା ଦଳ ପ୍ରବକ୍ତା ମାନେ ସେହି ବ୍ୟକ୍ତି ଙ୍କ ର ନାଁ କୁ ଉଠାଉ ନାହାନ୍ତି କହିଁକି । ସେ ବ୍ୟକ୍ତି ଙ୍କ ନାଁ ଧରିବାକୁ ଭୟ କରୁଛନ୍ତି କି ? ପରବର୍ତ୍ତୀ ସମୟ ରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 24 ଘଣ୍ଟା ପରେ ବି କାହିଁକି ମୁହଁ ଖୋଲୁ ନାହାନ୍ତି । ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ଏବଂ ସେମାନେ ନିଜର ରାଜନୈତିକ ଅପରି ପକ୍ୱତା ର ପ୍ରମାଣ ଦେଉଛନ୍ତି । ଗୃହ ବିଭାଗ ଅଧିନର ଘଟଣା ଏହା । ଗୃହ ବିଭାଗ ର ମନ୍ତ୍ରୀ କି ଗୃହ ବିଭାଗ ର ଦାୟିତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ ଏ ବିଷୟ ରେ କହି ନାହାନ୍ତି । କିନ୍ତୁ ସେମାନେ କେନ୍ଦ୍ର ମନ୍ତ୍ରୀ ଙ୍କ ଠୁ ସ୍ପଷ୍ଟୀକରଣ ଚାହୁଁଛନ୍ତି ।

ପୋଲିସ ଯୁବ ମୋର୍ଚ୍ଚା କର୍ମୀ ଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପ୍ରବକ୍ତା କହୁଛନ୍ତି ପୋଲିସ ଭଲ ଭାବେ ସିଚୁଏସନ ହ୍ୟାଣ୍ଡଲ କଲା । ମୁଁ ପ୍ରଶ୍ନ କରୁଛି ଏଇଟା କଣ ଭଲ ଭାବେ ହ୍ୟାଣ୍ଡେଲ । ମୁଥା ମାରି, ସାଧା ପୋଷାକ ପିନ୍ଧା ଅଜଣା ଲୋକ ଯାହାକୁ ଆମେ ବିଜୁ ଜନତା ଦଳର ଗୁଣ୍ଡା ଭାବୁଛୁ ସେ ଯେଉଁ ଭଳି ଯୁବ ମୋର୍ଚ୍ଚା ର କର୍ମୀ ଙ୍କ ପେଟ କୁ ଲାତ ମାରିବା ଏଇଟା ବୋଧେ ତାଙ୍କର ଭଲ ହ୍ୟାଣ୍ଡେଲ ।

ଯେତେବେଳେ ଶାସକ ଦଳ ଅକଳରେ ପଡୁଛି ଆଡୁଆ ରେ ପଡୁଛି ତାକୁ ଉତ୍ତର ରଖିବାର ଆବଶ୍ୟକତା ରହୁଛି ସେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଠାଉଛନ୍ତି । କେନ୍ଦ୍ର ମନ୍ତ୍ରୀ କଣ । ଓଡିଶା ପାଇଁ ତାଙ୍କ ଅବଦାନ କଣ ସାରା ଓଡିଶା ବାସୀ ଜାଣିଛନ୍ତି । ତାଙ୍କୁ ଏହି ଘଟଣା ରେ ଟାଣି ବିଜୁ ଜନତା ଦଳ ନିଜର ରାଜନୈତିକ ଅପରି ପକ୍ୱତା ର ପରିଚୟ ଦେଇଛି ।

ବିଜେପି କର୍ମୀ ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଆମେ ମୁଖ୍ୟମନ୍ତ୍ରୀ ଙ୍କ ସ୍ପଷ୍ଟୀକରଣ ଚାହୁଁଛୁ ।

ଓଡିଶାର ଯୁବକ ଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଉଛି ବିଜେଡି । କହୁଛି ବିକ୍ଷୋଭ କଲେ ତାଙ୍କ ର ଏକାଡେମିକି କ୍ୟାରିୟର କୁ ନଷ୍ଟ କରୁଛନ୍ତି । ମୋର ପ୍ରଶ୍ନ ରହିବ ବିଜେପି ସରକାର ବା ନିଯୁକ୍ତି ଦେବାରେ ଅପାରଗ ସାଜିଛନ୍ତି । ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ଲଜ୍ୟା ଜନକ ସ୍ଥିତି ରେ ରହିଛି । ଆପଣ ମାନେ ହିଁ ଓଡ଼ିଆ ଯୁବକଙ୍କ ଭାଗ୍ୟ କୁ କୁଠା ର ଘାତ କରୁଛନ୍ତି । ଆପଣଙ୍କ ସାର୍ଟିଫିକେଟ କୁ ଓଡିଆ ଯୁବକ ଆବଶ୍ୟକ କରୁ ନାହାନ୍ତି । ପରୋକ୍ଷ ପୂର୍ଣ୍ଣ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନତ୍ମକ ମନୋ ବୃତ୍ତି କୁ ଯଦି ଚପେଇ ଦେବାକୁ ଚାହୁଁଛନ୍ତି ଯୁବ ମୋର୍ଚ୍ଚା କେବେ ବି ଚୁପ ବସିବନି । ଆହୁରି ଆଗକୁ ଯିବ ଯୁବ ମୋର୍ଚ୍ଚା ।

ଗତକାଲି ପିଏମଜି ସ୍କୋୟାର କୁ ଚାଇନାର ଏକଛତ୍ର ବଡୀ ଶାସକଙ୍କ ପରି ତିଆନମେନ ସ୍କୋୟାର ର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇ ଥିଲା । ତାହାକୁ ଆମେ କରାଇ ଦେବୁ ନାହିଁ ।

 

Spread the love