ଏ ଯେଉଁ ଜେଲ୍ ଯାତ୍ରା ଆରମ୍ଭ ହୋଇଛି, ତାହା ବିଜେଡି ପାଇଁ ବିଦାୟର ଯାତ୍ରା : ମନମୋହନ ସାମଲ

ଭୁବନେଶ୍ୱର,ତା.୨୨/୦୪: ବିଜୁ ଜନତା ଦଳ ସରକାର ପୋଲିସର ନିଜ କର୍ମୀଭଳି କାର୍ଯ୍ୟ କରାଇଲେ ମଧ୍ୟ ଭାରତୀୟ ଜନତା ପାର୍ଟିର ସ୍ୱରକୁ ଚପାଇ ପାରିବ ନାହିଁ । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ ଦାବୀ ନେଇ ଆନେ୍ଦାଳନ କରିଥିବା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଗତ ଫେବୃଆରୀ ୨୮ ତାରିଖ ଦିନ ଗିରଫ କରି ଜେଲରେ ଭର୍ତି କରିଦିଆଯାଇଥିଲା । ବିଜେଡି କର୍ମୀମାନେ ଷଡଯନ୍ତ୍ର କରି ଆନେ୍ଦାଳନରେ ହିଂସା ସୃଷ୍ଟି କରିଥିଲେ । ପୋଲିସ ଘଟଣାର ତଦନ୍ତ ନକରି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ସଙ୍ଗୀନ ଦଫା ଲଗାଇ ମିଛ କେସ୍ ଜରିଆରେ ଜେଲ୍କୁ ପଠାଇ ଦେଇଥିଲେ । ଏପରିକି ଆନେ୍ଦାଳନରେ ସ୍ଥାନରେ ନଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମଧ୍ୟ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଥିଲା । ଓଡିଶାବାସୀଙ୍କ ହକ୍ ପାଇଁ ବିରୋଧୀ ଦଳ ଆନେ୍ଦାଳନ କରିଥିଲା, କିନ୍ତୁ ପୋଲିସ ଓ ରାଜ୍ୟ ସରକାର ଷଡଯନ୍ତ୍ର ରଚି ବିରୋଧୀଙ୍କ ସ୍ୱରକୁ ଚପାଇବାର ଅପଚେଷ୍ଟା କରିଥିଲେ । ଗତ ଗୁରୁବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଆଜି ଜେଲ୍ରେ ଥିବା ଯୁବମୋର୍ଚ୍ଚାର ସମସ୍ତ ୨୨ଜଣ କାର୍ଯ୍ୟକର୍ତା ଜେଲ୍ରୁ ବାହାରିଛନ୍ତି ।

ଜେଲ୍ରୁ ବାହାରିବା ପରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା । ପ୍ରଥମେ ରାମମନ୍ଦିର ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପରେ ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସ୍ୱାଗତ ଜଣାଇଥିଲେ । ଏହା ପରେ ମୁକ୍ତ ହୋଇଥିବା ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ମୋଗଲ ଓ ବ୍ରିଟିଶ ଶାସନ ସମେତ ସ୍ୱାଧୀନ ଭାରତ ବର୍ଷରେ ଯେଉଁ ମାନେ ଅନ୍ୟାୟରେ ଲୋକଙ୍କୁ ଜେଲ୍ ପଠାଇଛନ୍ତି ସେମାନଙ୍କର ଅନ୍ତ ଘଟିଛି । ଏବେ ବିଜେଡି ସରକାରର ଅନ୍ତ ହେବାର ପାଳି ପଡିଛି । ଏ ଯେଉଁ ଜେଲ୍ ଯାତ୍ରା ଆରମ୍ଭ ହୋଇଛି, ତାହା ବିଜେଡି ପାଇଁ ବିଦାୟର ଯାତ୍ରା । ଆମକୁ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବାର ଅଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଓଡିଶାର ଯୁବକ କ୍ରୀତଦାସ ନୁହନ୍ତି । ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋର ବିଜେଡି ସରକାରର ଲାଲି ଆଖିକୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଭୟ କରେ ନାହିଁ । ମାଁ, ମାଟିର ସ୍ୱାଭିମାନ ଏବଂ ଯୁବବର୍ଗର ସ୍ୱାର୍ଥ ପାଇଁ ନ୍ୟାୟର ଲଢେଇ ଆରମ୍ଭ ହୋଇସାରିଛି ଏବଂ ଅହଂକାରୀ ଶାସନର ଅବସାନ ନହେବା ଯାଏଁ ଯୁବମୋର୍ଚ୍ଚା ବିଶ୍ରାମ ନେବ ନାହିଁ ଏବଂ ଆଗକୁ ମଧ୍ୟ ଲଢେଇ ଜାରୀ ରଖିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିସ ଆଚାର୍ଯ୍ୟ କହିଛନ୍ତି । ।
ଏହି ଅବସରରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀରଂଜନ କାନୁନଗୋ ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love