ଆସନ୍ତା ଅଗଷ୍ଟ୯ (କ୍ରାନ୍ତିଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଂଚାୟତ ସମେତ ପୈାରାଂଚଳରେ ବିଜେପିର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ

ଭୁବନେଶ୍ୱର,ତା.୦୮/୦୮: ଓଡିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଓଡିଆ ଅସ୍ମିତା ଓ ଓଡିଶାର ସ୍ୱାଭୀମାନକୁ ଭୁଲୁଂଠିତ କରାଯାଇ ରାଜ୍ୟର ଶାସନ କ୍ଷମତାକୁ ହାତେଇ ରଖିବାର ଚକ୍ରାନ୍ତ କରାଯାଉଛି । ଶାସକ ବିଜେଡିର ଜନପ୍ରତିନିଧିମାନେ ନିଜ ନୈତିକତା ଓ କର୍ତବ୍ୟକୁ ଜଳାଞ୍ଜଳୀ ଦେଇ ଅଧସ୍ତନ ସରକାରୀ କର୍ମଚାରୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି । ଅନ୍ୟ ପଟେ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟର ସମସ୍ତ ସୀମା ଉଲ୍ଲଂଘନ କରି ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ଖଣିଜ ସଂପଦ ଭରପୁର ଓଡିଶାକୁ ଶ୍ରୀହୀନ କରିବାର ପ୍ରୟାସ ଜାରୀ ରଖିଛନ୍ତି । ‘ଦୁର୍ନୀତି, ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି’ ଆମ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ସାଜିଛି । ଓଡିଶାରେ ଏଭଳି କଳଙ୍କିତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାର ନିହାତି ଆବଶ୍ୟକ ରହିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ତରଫରୁ ଆସନ୍ତା କାଲି ୯ ତାରିଖ (ଅଗଷ୍ଟ କ୍ରାନ୍ତି ଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତ ସମେତ ପୈାରାଂଚଳ ଓ ମହାନଗର ନିଗମର ସମସ୍ତ ଓ୍‌ôାର୍ଡର ପ୍ରମୁଖ ସ୍ଥାନମାନଙ୍କରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି ।

Spread the love