ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସଂଯୋଜକ ନାମ ତାଲିକା ଘୋଷଣା

ଭୁବନେଶ୍ୱର ତା.୦୭/୦୯: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ ସଭାପତି ଡା.ବିଭୁପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ମନିଞ୍ଜର ଆର୍ଯ୍ୟ, ରାକେଶ ମଲ୍ଲିକ, ରାମବିଶି ଦିଗଲ, ଦୁର୍ଗା ତନ୍ତୀ, ସ୍ମିତା ପ୍ରଧାନ, ରଞ୍ଜନ ସେଠ୍‌ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦିକ ଭାବେ ଡା.ରବିନ୍ଦ୍ର ନାରାୟଣ ବେହେରା ଓ ଚନ୍ଦନ ସ୍ୱରାଜ; ରାଜ୍ୟ ସଂପାଦକ ଭାବେ ଏନ.ସଞ୍ଜୀବ କୁମାର, ଜଗନ୍ନାଥ ବେହେରା, ହେମନ୍ତ ମଲ୍ଲିକ, ସବିତା ନାଏକ, କୃଷ୍ଣଚନ୍ଦ୍ର ନାଏକ, ସରୋଜ କୁମାର ଜେନା; କୋଷାଧ୍ୟକ୍ଷ ଭାବେ ବିକାଶ କୁମାର ବେହେରା; କାର୍ଯ୍ୟାଳୟ ସଂପାଦକ ଭାବେ ରାଧାକାନ୍ତ ମଲ୍ଲିକ; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସତ୍ୟଜିତ୍ ମଲ୍ଲିକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ଅନୁସୂଚିତ ଜାତି ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ପ୍ରଦୀପ୍ତ କୁମାର ନାଏକ, ନାଉରୀ ନାଏକ, ଡା.ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ସୂର୍ଯ୍ୟବଂଶୀ ସୂରଜ, ଅଞ୍ଜଳୀ ବେହେରା, ଦିଲୀପ ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ, ଡା.କଳ୍ପନା ମଲ୍ଲିକ, ଅଭିମନ୍ୟୁ ସେଠୀ, ବାଇଧର ମଲ୍ଲିକ, ମନୋଜ କୁମାର ବେହେରା, ଗୋବିନ୍ଦ ଦାସ, ରଘୁନାଥ ଜଗଦ୍ଦଲ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଅଗସ୍ତି ବେହେରା, ଜଗବନ୍ଧୁ ବେହେରା, ରାଘବ ମଲ୍ଲିକ, ପ୍ରଶାନ୍ତ କୁମାର ନାଏକ, ରବି ମଲ୍ଲିକ, ଉର୍ମିଳା ମହାପାତ୍ର, ଅମୀୟ ମଲ୍ଲିକ, କୀର୍ତନ ଦାସ, ଇଶ୍ୱର ବାଗ୍‌, ମାଧବ ଧଡା, ସୁନାକର ବେହେରା, ବିଶ୍ୱଜିତ ତନ୍ତୀ, କୁଞ୍ଜମୋହନ ସେଠୀ, ସଞ୍ଜିତ ମଣ୍ଡଳ, ରବି ନାରାୟଣ ଜେନାଙ୍କୁ ମନୋନୀତ କରାଯାଇଛି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଆଲୋକ ସେଠୀ, ଛବି ମଲ୍ଲିକ, ରାଜକିଶୋର ବେହେରା, ବବିତା ମଲ୍ଲିକ, ମିଲନ ସେଠ୍‌, ପ୍ରମୋଦ ଛତର, ଭାରତୀ ବେହେରା, ଆନନ୍ଦ ବାରିକ, ସୁଧାଂଶୁ ଡାଙ୍ଗ, ହରିହର ବେହେରା, ଇଶ୍ୱର ବେହେରା, ଉଷା କୁମାରୀ, ସୁବଳ ବେହେରା ମନୋନିତ ହୋଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୩୫ ଜଣ ଏବଂ ରାଜ୍ୟ ସଂଯୋଜକ ଭାବେ ୩୨ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଡା.ତରାଇ ପ୍ରେସ୍ ବାର୍ତାରେ ଜଣାଇଛନ୍ତିା

Spread the love