ସ୍ୱଚ୍ଛଭାରତ ଅଭିଯାନରେ ମାତୃଶକ୍ତିଙ୍କ ବିପୁଳ ମାତ୍ରାରେ ଯୋଗଦାନ ସମାଜର ବିକାଶ ସହ ନାରୀ ସଶକ୍ତିକରଣର ଏକ ଅଦ୍‌ଭୂତ ରୂପରେଖ ତିଆରି କରିଛି: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର, ତା.୦୧/୧୦ : ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ଶ୍ରମଦାନର ଗୁରୁତ୍ୱକୁ ହୃଦୟଙ୍ଗମ କରି ଓଡ଼ିଶା ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ପୁର୍ଣ୍ଣ ସହଯୋଗ ଓ ପାଥେୟ ଉପଦେଶ ଅନୁସାରେ ଆଜି ସାରା ରାଜ୍ୟ ମହିଳାମୋର୍ଚ୍ଚା ଦ୍ୱାରା “ସ୍ୱଚ୍ଛାଞ୍ଜଳୀ” ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ କରାଯାଇଛି । ଆଜି ସକାଳ ୧୦ରେ ଏକ ଘଂଟା ପାଇଁ ଜିଲ୍ଲାସ୍ତରର ସମସ୍ତ ସଭାନେତ୍ରୀମାନେ ନିଜ ନିଜ ଜିଲ୍ଲାରେ ଓ ବିଭିନ୍ନ ଅଂଚଳ ଓ ସର୍ବୋପରି ଦେଶକୁ ସ୍ୱଚ୍ଛ ରଖିବାର ସଂକଳ୍ପ ସହିତ ଶ୍ରମଦାନ କରି ଏକ ଅଭିନୟ ପରିବେଶ ସୃଷ୍ଟି କରିଛନ୍ତି । ଏକ ସାଥୀରେ ଏକ ମନନେଇ ସମସ୍ତେ ଏକଜୁଟ ହୋଇଛନ୍ତି ଓ ସଫେଇ କାର୍ଯ୍ୟ କରି ପରିବେଶ ସୁସ୍ଥ ସହିତ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ମଧ୍ୟ କରିଛନ୍ତି ।

ସ୍ୱଚ୍ଛ ଭାରତ ଅଭିଯାନରେ ମାତୃଶକ୍ତିଙ୍କ ବିପୁଳ ମାତ୍ରାରେ ଯୋଗଦାନ ସମାଜର ବିକାଶ ସହ ନାରୀ ସଶକ୍ତିକରଣର ଏକ ଅଦ୍‌ଭୂତ ରୂପରେଖ ତିଆରି କରିଛି । ପୂଜ୍ୟ ପ୍ରଧାନମନ୍ତ୍ରୀ ନାରୀଶକ୍ତିକୁ ଯେଉଁ ମର୍ଯ୍ୟାଦା ଓ ସମ୍ମାନ ଦେଇଛନ୍ତି ତାହା ସମଗ୍ର ବିଶ୍ୱରେ ଅତୁଳନୀୟ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଅଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

Spread the love