ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି : ଖାରବେଳ

ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠା ଯିବାକୁ ଥିବା ପ୍ରସଙ୍ଗ  ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ।  ବିଜେଡି ସଂସଦୀୟ ଦଳର ବୈଠକ ରେ ସାଂସଦ ପିନାକୀ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା ପରି୍େରକ୍ଷୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓବିସି ମାମଲାରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ୱକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି ପାଳନ ନ କରି ମିଛ ନାଟକ କରୁଛି ।  ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି ? ଏନିଆର ମାମଲାରେ  କିଛି ନ ଜାଣି ନଈ ନ ଦେଖୁଣୁ ବିଜେଡି କପଡା ଖୋଲିବା ପରିସ୍ଥିତିରେ ପହଂଚି ଯାଇଛି । ୍ରତି ଦଶ ବର୍ଷରେ ଜନଗଣନା କରାଯାଏ ଓ ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଚିରାଚରିତ ପ୍ରକ୍ରିୟା । ସୃଂକ୍ତ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ  ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି । ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ, ସ୍କୁଲ କଲେଜ  ନାମଲେଖା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦିରେ ବ।। ମାଆଙ୍କ ନାଁ ଦରକାର ପଡେ । ହେଲେ ବିଜେଡି କାହିଁକି ଏନିଆର ବେଳେ ବାପା ମାଆ ନାଁ  ରଖିଲେ ବିରୋଧ କରୁଛି ? ଅନ୍ରୁବେଶକାରୀଙ୍କ ସମର୍ଥନରେ ଆସି ଅନ୍ରୁବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟରେ  ଏପରି କହୁଛି କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିଷ୍ଠ ପ୍ରମାଣ ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି ।

ଏହାକୁ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ  ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତି ଗୁଡିକର ଜନସଂଖ୍ୟାରେ  ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା  ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ ମାମଲାରେ ମାନ୍ୟବର ୁ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇାରିବ ବୋଲି ରାୟ ଦେଇଛନ୍ତି । ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ  ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉରେ ବିଶେଷ  କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ । ରାଜ୍ୟରେ ୧୯୯୩ ମସିହା ଠାରୁ ଓଡିଶା ଷ୍ଟେଟ୍ କମିଶନ ଫର୍  ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କର ପଛୁଆ ଜାତିଙ୍କ ପାଇଁ ସମ୍ବେଦନହୀନତା କାରଣରୁ ଏ ଯାଏ କମିଶନ  ଗଠନ ହୋଇ ।ରି ନାହିଁ । ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିୋର୍ଟ ଆଧାରରେ  ଜନସଂଖ୍ୟ।।ରେ ଭାଗ ଅନୁସାରେ ଅଧିକ ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେ  ନେବାକୁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଯତିନ ମହାନ୍ତି ଉପସ୍ଥିତ ଥିଲେ

Spread the love