ଭୁବନେଶ୍ୱରଠାରେ ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ସଦସ୍ୟତା ଅଭିଯାନ ଅନୁଷ୍ଠିତ
ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ସରଦେଇପୁର ଉତରାଛକ ଠାରେ ଆଜି ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନ ରେ ଓଡିଶା ସରକାରଙ୍କ ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାକଂର ଭାଷଣରେ କହିଲେ ଓଡିଶାରେ ଆସନ୍ତା ଖରିଫ୍ ଧାନ କିଣା କାରବାର ରେ ସୂଛତା ଅବଲମ୍ବନ କରାଯିବ। ଯେଉଁ ମାନେ ଏହି ଧାନ କିଣା କାରବାରରେ କଟନୀଛଟନୀ କରିବେ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।ଓଡ଼ିଶା ରାଜ୍ୟ କୁ ବିକଶିତ ରାଜ୍ୟ ରେ ପରିଣତ କରିବା ଓ ଭାରତ ମାତା କୁ ପରମ ବୈଭବ ଶାଳୀ ରାଷ୍ଟ୍ର ରେ ପରିଣତ କରିବା ପାଇଁ ବିଜେପି ର ସଦସ୍ୟତା ଅଭିଯାନ ରେ ସାମିଲ ହେବା ପାଇଁ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆହ୍ବାନ ଦେଇଥିଲେ। ଏହି ସଦସ୍ୟତା ଅଭିଯାନ ରେ ଅନ୍ୟତମ ଅତିଥି ଭାବେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗ ଦେଇ ଘରକୁ ଘର ଯାଇ ବିଜେପି ସଦସ୍ୟତା କରିଥିଲେ ।ଏହି ସଦସ୍ୟତା ଅଭିଯାନ ରେ ୪୫୬ ଜଣ ମହିଳା ଓ ପୁରୁଷ ସଦସ୍ୟତା ଗ୍ରହଣ କରିଥିଲେ । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ର ଶାସନ କାଳରେ ବିକାଶ ଦୃତଗତିରେ ହେଉଥିବା କାରଣ ରୁ ବିଜେପି ରେ ସାମିଲ ହେବା ପାଇଁ ଲୋକ କଂ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା.। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ଓ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ , ଜିଲ୍ଳା କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାତ କୁମାର ହ ସ୍ୱାଇଁ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ବସନ୍ତ କୁମାର ନାୟକ ,ନିରଞ୍ଜନ ସାମଲ, ନାରାୟଣ ଖୁଣ୍ଟିଆ, ଅଶୋକ କୁମାର ପ୍ରଧାନ, ବିଜୟ କୁମାର ମହାରଣା, ନାରାୟଣ ପ୍ରଧାନ, ବଲରାମ ବେହେରା, ସୁବାଶିସ ମୁଖି, ବିଶୂରଂଜନ ଜେନା ଶ୍ରୀମତୀ ରଶ୍ମି ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।