ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ କାରଣରୁ ବିଶ୍ୱ ଉର୍ଜା ବିଶେଷ ଭାବରେ ତୈଳ ଏବଂ ଗ୍ୟାସ ଉପରେ ପଡିଥିବା ପ୍ରଭାବ ଉପରେ ଆଲୋଚନା କରଥିବା ଜଣାପଡିଛି ।  ଏହି ଆଲୋଚନା କାଳରେ ଦୁଇ ମନ୍ତ୍ରୀ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା କରିଥିଲେ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦ୍ୱିପାକ୍ଷିକ ପୁଞ୍ଜିନିବେଶ କରିବା ଉପରେ ଆଲୋଚନା କରିଥିଲେ ।
ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଉଭୟ ଆଲୋଚନା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ରୋଜନେଫ୍ଟ ଏବଂ ଆଇଓସିଏଲ ଚୁକ୍ତି ଅନୁଯାୟୀ ପ୍ରଥମ ଥର ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚିଥିଲା ।

Spread the love