ବିଜେପି ଭୁବନେଶ୍ୱର ଜିଲ୍ଲାର ନୂତନ ପଦାଧିକାରୀଙ୍କ ନାମ ଘୋଷଣl

ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ତ୍ୱରାନିତକରିବା ପାଇଁ ଉପସଭାପତି ଦାୟିତ୍ୱ ନିରଂଜନ ରାଉତରାୟଙ୍କୁ ମିଳିଥିବା ବେଳେ ମିଲନ ପାଇକରାୟ, ଜଗନ୍ନାଥ

ବେହେରା ଓ ଇଦିଶ୍ ଚନ୍ଦ୍ର ଭୂୟାଁଙ୍କୁ ଜିଲ୍ଲା ସଂପାଦକ ଦାୟିତ୍ୱ ପ୍ରଦାନ କରାଯାଇଅଛି । ସେହିପରି ଭୁବନେଶ୍ୱର ଜିଲ୍ଲା
ଯୁବମୋର୍ଚ୍ଚା ଉପସଭାପତି ରୂପେ ଅଭିଳାଶ ଦାସ, ସଂପାଦକ ରୂପେ ସଂଜିତା ମହାପାତ୍ର, ସାର୍ଥକ ମହାପାତ୍ର, ପ୍ରସନ୍ନ
କୁମାର ସାହୁ,କୋଶାଧ୍ୟକ୍ଷ ରୂପେ ସୁଜିତ କୁମାର ସାମନ୍ତସିଂହାର ଏବଂ ସଂଯୋଜକ ଦାୟିତ୍ୱରେ ସୁବ୍ରତ ନାରାୟଣ ମିଶ୍ର, ଅଶ୍ୱିନୀ କୁମାର ସାହୁ ମନୋନିତ ହୋଇଛନ୍ତି । ଅଂଚଳର ବିକାଶ ଓ ଜନସାଧାରଣଙ୍କ ସୁଖ ସୁବିଧାରେ ଯୋଡି
ହେବାପାଇଁ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ନୂତନ ଦାୟିତ୍ୱ ପାଇଥିବା ପଦାଧିକାରୀଙ୍କ ନିକଟରେ ଆଶାବ୍ୟକ୍ତ
ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ
ଜଣାଇଛନ୍ତି ।

Spread the love