ଯୁବମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ‘ବିଜୟଲକ୍ଷ୍ୟ-2019’ କାର୍ଯ୍ୟକ୍ରମ

ସାଧାରଣ ନିର୍ବାଚନ ବାଜିମାତ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଦେଶବ୍ୟାପୀ ‘ବିଜୟଲକ୍ଷ୍ୟ-2019’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦେଶର 200ଟି ସ୍ଥାନରେ 20ଲକ୍ଷ ଯୁବ କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫେରେନ୍ସି ମାଧ୍ୟମରେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ ମହାଜନ କଥା ହୋଇଥିଲେ । ନୂତନ ଭାରତ ଗଠନ ଏବଂ ସାଧାରଣ ନିର୍ବାଚନର ବିଜୟ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୁରୀ ସମେତ ରାଜ୍ୟର 7ସ୍ଥାନରେ ଭିଡିଓ କନଫେରେନ୍ସି ମାଧ୍ୟମରେ ଓଡିଶାରଯୁବ କାର୍ଯ୍ୟକର୍ତାମାନେ କଥା ହୋଇଥିଲେ ।

ମୋଦୀଙ୍କ ନୂଆ ଭାରତ ଏବଂ ନୂଆ ଓଡିଶା ଗଠନର ସଂକଳ୍ପକୁ ଆଗେଇନେବା ସହ ଆଗାମୀ 2019 ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଶେଷ କରି ନୂଆ ଭୋଟରଙ୍କୁ ଦଳରେ ସାମିଲ କରିବା, ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୁରୀଠାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏହା ବ୍ୟତୀତ ରାଜ୍ୟର ଭୁବନେଶ୍ୱର, ଜୟପୁର, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡିରେ ଏହି ‘ବିଜୟଲକ୍ଷ୍ୟ-୨୦୧୯’ କାର୍ଯ୍ୟକ୍ରମ ହୋଇଛି ।

Spread the love