ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର,ତା.୨୫/୧୧: ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ଗତ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷ ନାବାଳିକା ଝିଅକୁ କିଛି ଦୃବୁର୍ତ ଅପହରଣ କରି ତାର କିଡିନ ଏବଂ ଆଖିକୁ ବିଭତ୍ସ ଭାବେ ତାଡିନେଇ ମୃତ ଦେହକୁ ଏକ ବସ୍ତାରେ ବାନ୍ଧି ପୋଫାଡିଦେଇଥିଲେ । ଏହି ଘଟଣାରେ ପରିବାର ଲୋକଙ୍କ ତରଫରୁ ଜୁଲାଇ ୧୪ ତାରିଖରେ ନୟାଗଡ ଥାନାରେ ଏତଲା ଦିଆଯାଇଥିଲେ ବି ବର୍ତମାନ ସୁଦ୍ଧା ପୋଲିସ ଅପରାଧୀଙ୍କୁ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

 

ଏହି ଘଟଣାରେ ସଂପୃକ୍ତ ଅପରାଧୀ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଘନିଷ୍ଠ ହୋଇଥିବାରୁ ପୋଲିସ ଜାଣିଶୁଣି ଏହି ଘଟଣାକୁ ରଫାଦଫା କରିବା ଲାଗି ପରିବାର ଉପରେ ଚାପ ପକାଉଛି । ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ବାବୁଲା ନାଏକଙ୍କୁ ତୁରନ୍ତ ଗିରଫ କରିବା ଏବଂ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇ ରଖିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ସହ ତାଙ୍କୁ ତଦନ୍ତ ପରିସର ଭୃକ୍ତ କରିବା ଦାବୀ ନେଇ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମାଷ୍ଟକ୍ୟାଟିଂନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରୁ ମହିଲା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକ ବିଶାଳ ଶେଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରିଥିଲେ । ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଏବେ କେବଳ ନୟାଗଡ ନୁହେଁ ସାରା ରାଜ୍ୟରେ ନାବାଳିକା ଝିଅମାନେ ଅସୁରକ୍ଷିତ ଅଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ମହିଳା ସୁରକ୍ଷା ଦିଗରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କେବଳ
ସେତିକି ନୁହେଁ ଶାସକ ଦଳର ନେତା ଓ କର୍ମୀମାନେ ଅଧିକାଂଶ ନାବାଳିକା ଏବଂ ମହିଳା ଅପରାଧରେ ସଂପୃକ୍ତ ରହୁଛନ୍ତି । ପୋଲିସ ମଧ୍ୟ
ଅପରାଧୀଙ୍କୁ ଗିରଫ ନକରି ସେମାନଙ୍କୁ ସୁରକ୍ଷା ଦେଇଆସୁଛି ।
ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ମା’ଙ୍କୁ ସମ୍ମାନର ନାରା ଦେଇଥିଲେ । ୨୦୧୮ ମସିହାରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ
ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ପରୀ ପାଇଁ କଥାଟିଏ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ନାବାଳିକା ମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପରୀ ରଥ ବୁଲାଯାଇଥିଲା । କିନ୍ତୁ ପରୀ ରଥ ବୁଲାଇଥିବା ସରକାର ଏବଂ ପୋଲିସ ଆଜି ଜଣେ ୫ ବର୍ଷର ନାବାଳିକା ତଥା ପରିକୁ ନ୍ୟାୟ ଦେଇ ପାରୁନାହାଁନ୍ତି । ଏହା ହେଉଛି ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନର
କାର୍ଯ୍ୟଦକ୍ଷତା । ଲୋକଙ୍କୁ ସଚେତନ କରୁଥିବା ପୋଲିସ ଆଜି ଶାସକ ଦଳ ଇଙ୍ଗିତରେ ନାଚୁଛି । ପରୀ ହତ୍ୟାକାଣ୍ଡରେ ଖୋଦ୍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅପରାଧୀ ଏବଂ ତା’ର ସହେଯାଗୀ ମାନଙ୍କୁ ଖୁଲମଖୁଲା ସୁରକ୍ଷା ଦେଉଛନ୍ତି । ଶାସକ ଦଳ ଚାପରେ ପୋଲିସ ନୀରବଦଷ୍ଟ୍ରା ସାଜିଛି । ନା ତଦନ୍ତ ଆଗଉଛି ନା ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି । ଆଉ କେତେ ପରୀଙ୍କ ଜୀବନ ଗଲେ ରାଜ୍ୟ ସରକାର ଏବଂ ପୋଲିସ ତପ୍ତରତା ଦେଖାଇବେ ବୋଲି ବୋଲିଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ପରୀ ହତ୍ୟାକାଣ୍ଡକ୍‌ୁ ସାଢେ ୪ ମାସ ବିତିଥିଲେ ମଧ୍ୟ ପୋଲିସ ଅପରାଧୀକୁ ଗିରଫ ନକରି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦ୍ଦେଶରେ
ଓଲଟା ପୀଡିତା ପରିବାର ଲୋକଙ୍କୁ ଧମକ ଦେଇଚାଲିଛି । ମୁଖ୍ୟ ଅଭିଯୁକ୍ତ ବାବୁଲା ଏବେ ଶାସକ ଦଳର ଛତ୍ରଛାୟା ତଳେ ଖୁଲୁମଖୁଲାଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାରର ର‌୍ୟାକେଟ ଚଲାଇଛି । ପରୀକୁ ହତ୍ୟା କରି ତାର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରାଯାଇଛି ଏବଂ ଏହା ପଛରେ ଶାସକ ଦଳ ପୋତ୍ସାହନରେ ଏକ ବଡ ର‌୍ୟାକେଟ କାମ କରୁଛି । ପରୀକୁ ନ୍ୟାୟ ନଦେଇପାରୁଥିବା ସର୍ବସାଧାରଣରେ ପୋଲିସର ନଗ୍ନ ଚିତ୍ର ଓଚରିତ୍ର ସାମ୍ନାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏହି ଘଟଣାର ତୁରନ୍ତ ଏକ ନିରପେକ୍ଷ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀଙ୍କୁ ଗିରଫ କରି
ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । ଏହି ଘଟଣାରେ ସଂପୃକ୍ତି ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯାଉ । ଏହି ଘଟଣାକୁ ଗୁରୁତର ସହ ନନେବା ଏବଂ ପୀଡିତା ପରିବାର ଲୋକଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ଜିଲ୍ଲା ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।
ପରୀକୁ ନ୍ୟାୟ ନମିଳିଲେ ଏହି ଆନ୍ଦୋଳକୁ ଆହୁରି ବ୍ୟାପକ କରାଯିବ । ଆଗାମୀ ଦିନରେ ଏହି ଆନ୍ଦୋଳନ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।ଏହି ବିକ୍ଷୋଭ ସମୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଇରାନୀ ରାୟ, ମୁଖପାତ୍ର ସୋନାଲି ସାହୁ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, କସ୍ତୁରି ମିଶ୍ର,ଏଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାସ, ସୁଭାସିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ଶଶିପ୍ରଭା ରଥ, ମାନସୀ ମଂଜରୀ ରାୟ ପାଢୀ, ସୁବାସିନୀ ବଳ, ପ୍ରବୀଣା ମହାପାତ୍ର, ବବିତା ମଲ୍ଲିକ, ଯାଜ୍ଞସେନୀ ଜେନା, ପ୍ରବୀଣା ଭଞ୍ଜଦେଓଙ୍କ ସମେତ ଶହ ଶହ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତା ପ୍ରମୁଖ
ସାମିଲ ଥିଲେ ।

Spread the love