ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର୍: ଆଜି ଓଡିଶା ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ସଂବିଧାନ ପ୍ରଣେତା ଡଃ,
ଭୀମରାଓ ଆମ୍ବେଦକରଙ୍କର ୬୫ ତମ ମହା ପରିନିର୍ବାଣ ଦିବସ ଶ୍ରାଦ୍ଧୋତ୍ସବ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାର ସଭାପତି ଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର
ମହାନ୍ତି ମୁଖ୍ୟ ଅତିଥି, ରାଜ୍ୟ ବିରୋଧୀଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ ବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି, ପୂର୍ବତନ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ୍ ଓ ବିଜେପି ବାର୍ତ୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍‌, ରାଷ୍ଟ୍ରୀୟ ଅନୁସୂଚୀତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ନାୟକ ଓ ରାଘବ ମଲ୍ଲିକ୍ ପ୍ରମୁଖ ମଂଚାସୀନ ଥିଲେ । ଏହି ସଭାରେ ବିଜେପି ରାଜ୍ୟ ସଭାପତି ଡଃ.ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖ ରାଷ୍ଟ୍ରୀୟ ନେତା ଥିଲେ ଏବଂ ତାଙ୍କ ଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଥିଲେ ।

ଆମେ ସମସ୍ତେ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବା ଉଚିତ୍ ।
ବିରୋଧୀ ଦଳ ନେତା ଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ କିପରି କେୱାଇସିର ନୂତନ ପରିଭାଷା ରୂପେ ଭାରତରେ ଜନପ୍ରିୟତା ଲାଭ କରୁଛି ଏବଂ ଭାରତୀୟ ଯୁବବର୍ଗ ସଂବିଧାନ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ତା\’ର ସୂଚନା ଦେଇ ସାମାଜିକ ନ୍ୟାୟ ଆମର ଧେୟ ହେଉ ବୋଲି କହିଥିଲେ । ରାଜ୍ୟ ମୋର୍ଚ୍ଚା ସଭାପତି ଅନୁସୂଚୀତ ଜାତିମାନେ ନିଜକୁ ସଂଗଠିତ କରି ତୃଣମୂଳ ସ୍ତରକୁ ନିଜକୁ ସୁଦୃଢ କରି ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ କହିଥିଲେ । ରାଜ୍ୟରେ କ୍ରମଶଃ ଦଳିତ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏ ଦିଗରେ ସମଗ୍ର ରାଜ୍ୟ ଭ୍ରମଣ କରି ପୀଡିତମାନଙ୍କୁ ନ୍ୟାୟ ଦେବାକୁ ତାଙ୍କ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ କେନ୍ଦ୍ରାପଡାରୁ ସୁଦାମ ମଲ୍ଲିକ୍‌, ନିଆଳୀରୁ ବେଣୁଧର ବେହେରା, ଖୋର୍ଦ୍ଧାରୁ ଶିବ ମଲ୍ଲିକ୍‌, ନୂଆପଡାରୁ ମନିଂଜର ଆର୍ଯ୍ୟ, ମୁରଲୀଧର ସୁନାର କେଦାର ଜଗତ୍‌, ନୟାଗଡର ତ୍ରିନାଥ ନାୟକ, ମନୋଜ ମଲ୍ଲିକ୍ ତିର୍ତ୍ତୋଲରୁ ହରିହର ବେହେରା,ବାମଦେବ
ମଲ୍ଲିକ, ଜଗତସିଂହପୁରରୁ ରତ୍ନାକର ତରାଇ, ସାଲେପୁରରୁ କୁଂଜମୋହନ ସେଠୀ, ଯାଜପୁରରୁ ବବିତା ମଲ୍ଲିକ୍‌, ରବିନ୍ଦ୍ର ବେହେରା,ପାର୍ବତୀ ଜେନା,କେନ୍ଦୁଝରରୁ ହେମନ୍ତ ମଲ୍ଲିକ୍‌, କଟକର ରାଧାକାନ୍ତ ମଲ୍ଲିକ,ବିକାଶ ବେହେରା,ଭୁବନେଶ୍ୱରରୁ ଆଲୋକ ସେଠୀ, କନ୍ଧମାଳରୁ ରାମବିଳାସ ଦିଗାଲ, ଗଂଜାମରୁ ମହେଶ୍ୱର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଶତାଧିକ ବରିଷ୍ଠ ନେତୃବୃନ୍ଦ କୋଭିଡ୍ ନିୟମକୁ ପାଳନ କରି ଯୋଗ ଦେଇ ଥିଲେ ।

Spread the love