ବିଜେପି ପିତାକାଳିଆ ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ସୋର। : ପିତାକାଳିଆ ମଣ୍ଡଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଦିବସରେ ଅଧ୍ୟକ୍ଷତା କରିଥିଲେ ମଣ୍ଡଳ ସଭାପତି ଗଣେଷ ଦାସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଲୋକସଭା ପ୍ରାର୍ଥୀ ଶ୍ରୀ ଅଭିମନ୍ୟୁ ସେଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସୋର ବିଜେପି ନେତା ରାକେଶ ମଲିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ବାଗତ ଭାଷଣ ରଖିବା ସହିତ ଶିବିରର ଆୟୋଜନ ର ଉଦ୍ଦେଶ୍ୟ ଉପରେ କଥା ରଖିଥିଲେ ।

ପ୍ରଶିକ୍ଷକ ଭାବେ ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ପ୍ରଭାରୀ ଶୋଭନା ମହାନ୍ତି, ଆଶିଷ ଘୋଷ, ସୂର୍ଯ୍ୟ ନାରାୟଣ ସାହୁ, ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ସଂଗଠନ ଉପରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ। ଶିବିର ପରିଚାଳନାରେ ପ୍ରମୁଖ ଭାବେ ପ୍ରଫୁଲ୍ଲ ନାୟକ , ସପନ ପଲେଇ, ସୁଚୀସ୍ମିତା ବେହେରା, କେଦାରନାଥ ନାୟକ, ରଜତ ମହାପାତ୍ର, ଅଶୋକ ଦାଶ, ସଂଜୟ ସାହୁ, ଉମାକାନ୍ତ ମଲିକ, ଆଲୋକ ଦେଉରୀ, ହିମାଂଶୁ ବାରିକ ପ୍ରଭୃତି ଦାୟିତ୍ୱ ନିର୍ବାହ କରିଥିଲେ । ଶେଷରେ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମାନସ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love