ଇନଷ୍ଟାଗ୍ରାମ ବିରୋଧରେ ବିଜେପି ନେତାଙ୍କ ଅଭିଯୋଗ, ଷ୍ଟିକରରେ ଶିବ ଭଗବାନଙ୍କ ହାତରେ ରହିଛି ଓ୍ୱାଇନ୍ ଗ୍ଲାସ

ନୂଆଦିଲ୍ଲୀ ୯/୬: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ଦଳର ଜଣେ ନେତା ଇନଷ୍ଟାଗ୍ରାମ ବିରୋଧରେ ମାମଲା ଦାୟର କରିଛନ୍ତି । ଇନଷ୍ଟାଗ୍ରାମରେ ଭଗବାନ ଶିବଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ସଂସଦ ଛକ ପୋଲିସ ଷ୍ଟେସନରେ ସିଇଓ ତଥା ଇନଷ୍ଟାଗ୍ରାମର ଅନ୍ୟ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ମନୀଷ ସିଂ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଯେ ଇନଷ୍ଟାଗ୍ରାମରେ ଏକ କି-ୱାର୍ଡ ସର୍ଚ୍ଚ କରିବା ପରେ ଶିବଙ୍କ ଛବି ଭୁଲ ଢଙ୍ଗରେ ଦେଖାଯାଇଛି । ଏଠାରେ ଭଗବାନ ଶିବ ଗୋଟିଏ ହାତରେ ଏକ ଓ୍ୱାଇନ ଗ୍ଲାସ୍ ଧରିଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅନଲାଇନ୍ ପ୍ଲାଟଫର୍ମଗୁଡିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି । ସମ୍ପ୍ରତି ଆମାଜନରେ କନ୍ନଡ ପତାକାରେ ବିକିନି ବିକ୍ରି କରୁଥିବା ନେଇ ଉଠିଥିଲା ଆପତ୍ତି । ପରେ ଏହାକୁ ହଟାଇ ଦିଆଯାଇଥିଲା ।

Spread the love