ରାଜ୍ୟ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର : ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ଏବଂ ଆଗାମୀନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ଟି କମିଟି ଗଠନ କରାଯାଇଅଛି। ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା ରାଜ୍ୟ କମିଟି ପାଇଁ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ  ଘୋଷଣା କରାଯାଇଛି। ସହରାଂଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ନଚନ୍ଦ୍ର ମହାପାତ୍ର; ପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡା; ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଯାଇଅଛି ।

Spread the love