ବିଜେପି ତରଫରୁ ପ୍ରତ୍ୟେକ ଗ୍ରାମରେ ୨ ଜଣ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯିବ : ଡ.ରାଜୀବ

ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କୋଭିଡ୍ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଆଜି କ୍ଷତିଗ୍ରସ୍ତ । ଉଭୟ ଜୀବନଓ ଜୀବିକା ବହୁ ମାତ୍ରାରେ ପ୍ରଭାବିତ । ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ଆଜି ଏହି ଲଢେଇର ମୁକାବିଲା ସଫଳ ଭାବେ ଜାରୀ ରଖିଛି । କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ଲହର ବିରୁଦ୍ଧରେ ଲଢେଇକୁ ସଫଳ ରୂପେ ପ୍ରତିହିତ କରିପାରିଥିବା ମୋଦି ସରକାର ସାମ୍ଭାବ୍ୟ ୩ୟ ଲହର ସଂକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ୩ୟ ଲହରର ମୁକାବିଲା ପାଇଁ ବିଜେପି କାର୍ୟ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେବା ସହ ରାଷ୍ଟ୍ରୀୟ ସ୍ତରଠାରୁ ଗ୍ରାମସ୍ତର ପର୍ୟ୍ୟନ୍ତ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତିର କାର୍ୟ୍ୟ ଆରମ୍ଭ କରିଦେଇଛନ୍ତି । ଗତ ଜୁଲାଇ ମାସ ୨୮ ତାରିଖରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଷ୍ଟ୍ରୀୟସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନର ଶୁଭାରମ୍ବ କରିଥିଲେ ଏବଂ ଏହି କାର୍ୟ୍ୟକ୍ରମରେ ୩୩ ଟି ରାଜ୍ୟର ୧୨୧ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରତ୍ୟେକ ଗ୍ରାମରେ ୨ ଜଣ ତଥା ଦେଶର ପ୍ରାୟ ୨ଲକ୍ଷ ଗ୍ରାମରେ ୪ ଲକ୍ଷ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାମ୍ଭାବ୍ୟ କୋଭିଡ୍ ୩ ଲହରର ସଂକ୍ରମଣକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ । ଏହି ସଂକଟ ସମୟରେ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକମାନେ ଦେଶର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ସମାଜସେବା କରିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସହାୟକ ହେବେ । ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକମାନେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ ଓ ସହାୟତା କରି କୋଭିଡ୍ ସଂକ୍ରମଣର ଭୟାଭୟତା ସଂପର୍କରେ ସଚେତନ ସୃଷ୍ଟି କରିବା ସହ କୋଭିଡ୍ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବେ ବୋଲି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେଚ୍ଛାସେବୀ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ତଥା ହିମାଚଳ ପ୍ରଦେଶର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ରାଜୀବ ବିନ୍ଦଲ କହିଛନ୍ତି ।
କୋଭିଡ୍ ସଂକ୍ରମଣର ୧ମ ପର୍ୟ୍ୟାୟରେ ବିଜେପି ‘ଫିଡ୍ ଦି ନିଡି’ କାର୍ୟ୍ୟକ୍ରମ ଦ୍ୱାରା ଲୋକମାନଙ୍କୁ ଶୁଖିଲା / ରନ୍ଧା ଖାଦ୍ୟ ବଂଟନ, ମାସ୍କ / ସାନିଟାଇଜର ବଂଟନ ଆଦି କାର୍ୟ୍ୟକ୍ରମ ସଫଳତାର ସହ କରିଥିବାବେଳେ ୨ୟ ଲହରରେ ‘ସେବା ହିଁ ସଂଗଠନ’ କାର୍ୟ୍ୟକ୍ରମ ମାଧ୍ୟମରେ ବହୁ ସେବାମୁଳକ କାର୍ୟ୍ୟକ୍ରମ ଜାରୀ ରଖିଛି । ସ୍ୱାସ୍ଥ୍ୟ ସେବା ପାଇଁ ଅତ୍ୟାବଶ୍ୟକୀୟ ପିପିଇ
କିଟ୍, ଭେଂଟିଲେଟର, ଅକ୍ସିଜେନ ଆଦି ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଭାରତ ବର୍ଷ ଆଜି ନିଜେ ସ୍ୱାବଲମ୍ବୀ / ଆତ୍ମନିର୍ଭର ହେବା ସହ ଅନ୍ୟାନ୍ୟ ଦେଶମାନଙ୍କୁ ଯୋଗାଇବାରେ ସଫଳ ହୋଇପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶ୍ୱ ଦରବାରରେ ଆଜି ଭାରତ ବର୍ଷ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କୋଭିଡ୍ ଟୀକାକରଣ କାର୍ୟ୍ୟକ୍ରମରେ ଆଜି ସୁଦ୍ଧା ୫୧ କୋଟି ଲୋକଙ୍କୁ ଟୀକାକରଣ କରାଯାଇ ରେକର୍ଡ ସୃଷ୍ଟି ହୋଇଛି ବୋଲି ଡ.ରାଜୀବ ବିନ୍ଦଲ କହିଛନ୍ତି । କୋଭିଡ୍ ସଂକ୍ରମଣର ସାମ୍ଭାବ୍ୟ ୩ୟ ଲହରକୁ ସଫଳ ସହ ମୁକାବିଲା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ
ଆଧାରରେ ଓଡିଶା ପ୍ରଦେଶରେ ମଧ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ (ହେଲ୍ଥ ଭଲେଂଟିଅର)ଙ୍କୁ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖାଯିବ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱୟଂସେବକ ଅଭିଯାନର ରାଜ୍ୟ ସଂଯୋଜକ ତଥା ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ନାଉରୀ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେଉଛି । ଚଳିତ ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୫୧,୦୦୦ରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖାଯିବ ବୋଲି ଡ.ରାଜୀବ ବିନ୍ଦଲ ସୁଚନା ଦେଇ କହିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ନାଉରୀ ନାଏକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ । ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ କର୍ମଶାଳାରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ରଂଜନ ପଟେଲ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ୟ୍ୟା ବିଶ୍ୱାଳ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଆଇଟି ସେଲ୍ ରାଜ୍ୟ ସଂଯୋଜକ ସ୍ୱୟଂ ବରାଳ, ଡ.କୈଳାଶ ବିଶ୍ୱାଳ, ଡ.ପ୍ରଫୁଲ୍ଲ ଗିରି, ଡ.ପ୍ରଭାତ କୁମାର ଦେବତା, ମାନସୀ ମଂଜରୀ ରାୟ ପାଢୀଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ୟ୍ୟକର୍ତା ଉପସ୍ଥିତ ଥିଲୋ

Spread the love