ବିଜେପିରେ ସାମିଲ ହେଲେ ଓଡିଶା ପଦ୍ମସାଳି ସଂଘର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ପଦ୍ମସାଳି ସଂଘର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ପଛୁଆ ବର୍ଗରୁ ଆସିଥôବ । ପଦ୍ମସାଳି ସଂଘର ରାଜ୍ୟ ସଭାପତି କେ.ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ କେ.ବାଲାଜି ପାତ୍ର, ବିଲ୍ଲୁ ପାତ୍ର, ବିଚିତ୍ର ପାତ୍ର, କେ.ରାଜୁ. ପ୍ରମୋଦ ପାତ୍ର, ନୃସିଂହ ମେକପ, ବିଜୟ ପାତ୍ର, ଦମୟନ୍ତୀ ପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ବିଜେପିରେ ସାମିଲ
ହୋଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ପାର୍ଟୀରେ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଟି.ଉମାଶଂକର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love