ମରୁଡ଼ି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ମରୁଡ଼ି ପ୍ରସଙ୍ଗରେ ରାଜ୍ୟ ସରକାର ଉଦାସିନ ଥିବା ବିଜେପି ପକ୍ଷରୁ କୁହାଯାଇଛି । ମରୁଡ଼ି ସ୍ଥିତି ସମୀକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶା  ପ୍ରଦେଶ ପକ୍ଷରୁ ୪ ଟି ଟିମ ଗଠନ କରାଯାଇଥିଲା। ଗ୍ରାଉଣ୍ଡ ଜିରୋ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେପି ।

ସରକାର ମରୁଡ଼ି ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ନଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା ମନମୋହନ ସାମଲ । ମରୁଡ଼ି ବାବଦରେ ମୁଖ୍ୟମନ୍ତ୍ରୀ ନିରବ ରହିବା ଦୁଃଖ ଓ ପରିତାପର ବିଷୟ ହୋଇଥିବା ସେ କହିଛନ୍ତି । ସେପଟେ ବିଜେପି ଟିମ୍ ୨୫୦ରୁ ଅଧିକ ସ୍ଥାନରେ ମରୁଡ଼ି ସ୍ଥିତି ସମୀକ୍ଷା କରିଥିବା ବେଳେ ସେଠାକୁ ରାଜସ୍ୱମନ୍ତ୍ରୀ, କୃଷି ଅଧିକାରୀ, ବିଧାୟକ, ତହସିଲଦାର କିମ୍ବା ଆର.ଆଇ କେହି ବି ଯାଇ ନଥିବା ଅଭିଯୋଗ କରିଥିଲେ ଚାଷୀ । ନିଅଷ୍ଟିଆ ବର୍ଷା ଜନିତ ଫସଲ ନଷ୍ଟ ଯୋଗୁଁ ବଲାଙ୍ଗୀର ତୁରେଇକେଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ହେଲେ ଏଯାଏଁ ରାଜ୍ୟ ସରକାର ତଦନ୍ତ କରିନଥିବାରୁ ବର୍ଷିଛନ୍ତି ବିଜେପି ନେତା ମନମୋହନ ସାମଲ ।

Spread the love