ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ : କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ

ଭୁବନେଶ୍ବର ୪।୧୧: ତୈଳ ଦର ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ । ଉପନିର୍ବାଚନ ଫଳାଫଳ ଯୋଗୁଁ ତେଲ ଦର କମାଇବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ମିଳିମିଶି ଦର ବଢାଉଛନ୍ତି। ସେମାନେ ବୁଝିଲେଣି ଜନମତ ତାଙ୍କ ବିରୋଧରେ ଯାଉଛି। ଏପଟେ କଂଗ୍ରେସ ଧୀରେ ଧୀରେ ଲୋକଙ୍କ ବିଶ୍ବାସ ଭାଜନ ହେଉଛି।

ଅନ୍ୟପଟେ କଂଗ୍ରେସ ଦଳର ସାମ୍ପ୍ରତିକ ପରିସ୍ଥିତିରେ ଶୃଙ୍ଖଳାର ଅଧିକ ଆବଶ୍ୟକ ରହିଛି ବୋଲି କିଶୋର ଚନ୍ଦ୍ର ପଟେଲ କହିଛନ୍ତି । ସୋନିଆ ଜୀ ଶୃଙ୍ଖଳା ଉପରେ ଗୁରୁତ୍ବ ଦେଉଛନ୍ତି । ବିଧାୟକଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ ଯେକେହି ବି ବିଶୃଙ୍ଖଳିତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କଂଗ୍ରେସ ଦଳ ଖରାପ ପରିସ୍ଥିତି ଦେଇ ଗତି କରୁଛି । କଂଗ୍ରେସ ନାଁରେ ଅପବାଦ ଅଛି ବିଶୃଙ୍ଖଳିତ ଆଚରଣ ପାଇଁ । ଏ ଅପବାଦକୁ ହଟେଇବା ଆମ ଦାୟିତ୍ବ । ପ୍ରଭାରୀ ମଧ୍ୟ ଏନେଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ବୋଲି କିଶୋର କହିଛନ୍ତି ।

Spread the love