ବାଲି ଚୋରାଚାଲାଣରେ ଶାସକ ଦଳ ସଂପୃକ୍ତ, ପ୍ରେସ୍‌ମିଟ୍‌ରେ ଅଭିଯୋଗ ଆଣିଲା ବିଜେପି

ଖଲ୍ଲିକୋଟ ୦୯।୧୨: ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଓ ଋଷିକୁଲ୍ୟା ନଦୀରୁ ବାଲି ଚୋରା ଚାଲାଣ ହେବାରେ ଲାଗିଛି । ଏହି ଚୋରା ଚାଲାଣରେ ବିଜେଡି ଦଳର ନେତା ମାନେ ସଂପୃକ୍ତ ଥିବା ଛତ୍ରପୁର ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି, ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାକୁ ପ୍ରଶୟ ଦେଉଥିବା ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଛତ୍ରପୁର ବ୍ଲକର ହଂସପୁର ଓ ବଡମାଧପୁର ନିକଟ ଋଷିକୁଲ୍ୟା ନଦୀରୁ ବାଲି ଚୋରାଚାଲାଣ କରାଯାଉଛି । ଆନ୍ଧ୍ରକୁ ଚୋରାଚାଲାଣ ହେଉଥିବା ସେ ଅଭିଯୋଗ କରିଛନ୍ତି । ଆନ୍ଧ୍ରକୁ ବାଲି ଚୋରାଚାଲାଣ ହେଉଥିବା ବେଳେ କାଁ ଭାଁ ଗାଡି ଜବତ କରାଯାଉଛି । ବାଲିର ଅତ୍ୟଧିକ ଖନନ ଯୋଗୁଁ ନଦୀର ଦୁଇ ପାଶ୍ୱର୍ ଆଡିବନ୍ଧ କ୍ଷୟ ହୋଇ ଚାଷଜମିରେ ପାଣିରେ ମାଡୁଛି । ଭୁତଳ ଜଳ କମୁଥିବା ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହାଫଳରେ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବା ସହ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ।

ସେହିପରି ଉପୁଲାପୁଟି ନିକଟ ଆଇଆରଇ ପକ୍ଷରୁ ଖନନ ହୋଇଥିବା ବର୍ଜ ବାଲିକୁ ମଧ୍ୟ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବିଜେପି ଅଭିଯୋଗ ଆଣିଛି । ଏସଂପର୍କରେ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଖବର ନଥିବା କହିଛନ୍ତି ବିଜେପି ନେତା ଶ୍ରୀ କର । ଏହାକୁ ତୁରନ୍ତ ବନ୍ଦ କରାନଗଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love