ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ଜୟପୁର ବାମୁଣୀ ଗାଁ ଗଣଦୁଷ୍କର୍ମର ପ୍ରତିବାଦରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ ।

ଗତ ୨୪ ତାରିଖ ମଧ୍ୟ ରାତିରେ ପୀଡିତାଙ୍କ ଘରେ ପସି ବନ୍ଧୁକ ମୁନରେ ଭୟଭୀତ କରି ମହିଳାଙ୍କୁ ୨ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ନେଇ ସୋମବାର ରାସ୍ତାରୋକ କରାଯାଇଥିଲା । ପୁଲିସ ତୁରନ୍ତ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୁଲିସର ହାତ ଖାଲି ରହିଛି । ଟିମ ଗଠନ କରାଯାଉଛି ବୋଲି କୁହାଯାଇଛି । ହେଲେ ତଦନ୍ତ କେତେ ଦୂର ଗଲା କେହି ସ୍ପଷ୍ଟ କରୁ ନାହାନ୍ତି । ନ୍ୟାୟ ପାଇଁ ରାସ୍ତାରୋକ କଲେ ପୁଲିସ ମାମଲା ରୁଜୁ କରୁଛି । ଗିରଫ କରାଯିବ ବୋଲି ଚେତାବନୀ ଦେଇ ଗ୍ରାମବାସୀଙ୍କୁ ଭୟଭୀତ କରାଯାଉଛି । ବିଜେପି ଏଥିରେ ଭୟଭୀତ ହେବ ନାହିଁ । ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।

Spread the love