ଯୋଜନାକୁ ପହଁଚାଇ ଗ୍ରାମାଂଚଳର ଜୀବନ ଧରଣରେ ଉନ୍ନତି କରିବାରେ ଜଣେ ଜଣେ ସଜାଗ ପ୍ରହାରୀ ଭାବରେ କାମ କର : ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ପୂର୍ବତନ ନୌସେନା ଅଧିକାରୀଶ୍ରୀ କବୀର ଦାସ ଓ କେଶରୀଆ ହିନ୍ଦୁ ବାହିନୀ ରାଜ୍ୟ ସଭାପତିଶ୍ରୀ ରବିନ୍ଦ୍ର ଶତପଥୀ ଆଜି ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ଆଜି ଦେଶବ୍ୟାପୀ ‘ନ୍ୟାସନାଲ ଆର୍ମି ଦିବସ’ ପାଳନ କରାଯାଉଛି । ଆଜିର ଏହି ମହାନ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦେଶ ସୁରକ୍ଷା ପାଇଁ କାର୍ଯ୍ୟ କରିଥିବା ସେନା ଅଧିକାରୀମାନେ ବିଜେପିରେ ସାମିଲ ହେବା ନିଶ୍ଚିତ ଭାବେ ଆମ ପାଇଁ ଗୈାରବର ବିଷୟ ।ବର୍ତମାନ ଗରିବ ଲୋକଙ୍କୁ ସ୍ୱାର୍ଥ ପ୍ରଦାନର ଲଢେଇରେ ସାମିଲ ହେବା ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ସେହିପରି ତାଙ୍କ ସହିତ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ମା, ଯୁବ ସାଥୀ ଏବଂ ଗୁରୁଜନବୃନ୍ଦ ବିଭିନ୍ନ ରାଜନୈତିକ ଦଳକୁ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ଯୋଜନାଗୁଡିକର ସୁଲାଭ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚାଇବା ପାଇଁ ରାଜ୍ୟ ବିଜେପି ତରଫରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରୀ ରହିଛି । ନିଜ ଅଂଚଳର ଜନସାଧାରଣଙ୍କର ସୁରକ୍ଷା ସହିତ ସେମାନଙ୍କ ପାଖରେ ମୋଦିଜୀଙ୍କର ଯୋଜନାକୁ ପହଁଚାଇ ଗ୍ରାମାଂଚଳର ଜୀବନ ଧରଣରେ ଉନ୍ନତି କରିବାରେ ଜଣେ ଜଣେ ସଜାଗ ପ୍ରହାରୀ ଭାବରେ କାମ କରିବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି
ଏହି ଅବସରରେ ରତ୍ନଗିରି ପଂଚାୟତର ଶାନ୍ତିଲତା ଜେନା, କବିତା ଦାସ, ସଂଯୁକ୍ତା ପ୍ରଧାନ, ଜୟନ୍ତୀ ଶାନ୍ତି, ତାରାମଣି ଜେନା, ପ୍ରତିମା ମହାନ୍ତି, ସୁକାନ୍ତି ଜେନା, ମହେଶ୍ୱର ଦାସ, ତାରେଣୀସେନ୍ ଦାସ, ମଣିକାନ୍ତ ଦାସ, ଉମାକାନ୍ତ ମହାନ୍ତି, ଜିତେନ୍ଦ୍ର ଦାସ, ସମୀର ଦାସ, ରଞ୍ଜିତ୍ ଶାନ୍ତି, ଉଦୟ କୁମାର ଶାନ୍ତି, ମଧୁସୂଦନ ଶାନ୍ତି, ଦୀନବନ୍ଧୁ ଦାସ, ରମେଶ ସାମଲ; ଆମଥପୁର ପଂଚାୟତର,ସୌମ୍ୟ ରଞ୍ଜନ ସାହୁ, ମାନସ ମଲ୍ଲିକ୍‌, ରମେଶ ଦାସ, ପପୁ ମଲ୍ଲିକ୍‌; ମନ୍ଦାରୀ ପଂଚାୟତର ପ୍ରଦୀପ ବେହେରା, ରତିକାନ୍ତ ବେହେରା, ନରହରି ବେହେରା, ସୈାମ୍ୟରଂଜନ ଶାନ୍ତି; ବରି ପଂଚାୟତର ଯୁବ ନେତା ଅକ୍ଷୟ ମହାଲିକ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ଯାଜପୁର ଜିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ପରିଡା, ରତ୍ନଗିରି ମଣ୍ଡଳ ସଭାପତି ଅଜୟ ନାଏକ ଓ ରାଜ୍ୟ ଗଣମାଧ୍ୟମ ସହ ପ୍ରମୁଖ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

Spread the love