ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଜଳଛତ୍ର ଉଦ୍‌ଘାଟନ

ଭୂବନେଶ୍ୱର : ଭାରତୀୟ ଜନତା ପାର୍ଟିର ୪୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଜଳଛତ୍ର ଖୋଲାଯାଇଛି । ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ରଶ୍ମିରଞ୍ଜନ ମୁଦୁଲୀଙ୍କ ତତ୍ୱାବଧାନରେ ଖୋଲାଯାଇଥିବା ଜଳଛତ୍ରକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉଦ୍‌ଘାଟନ କରିଥିଲେ ।
ଏହି ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁ ବକ୍ସି ପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଂଟିଆ ଓ ଜଗନ୍ନାଥ ପ୍ରଧାନ, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାପତି କସ୍ତୁରୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଭିଷେକ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ସଂଗ୍ରାମ ନାୟକ, ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ମନ୍ଦାକିନୀ ପାତ୍ର, ଭୁବନେଶ୍ୱର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ଉପେନ୍ଦ୍ର ଭଞ୍ଜ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ଆଦର୍ଶ ପଟ୍ଟନାୟକ ଓ ଯୁବମୋର୍ଚ୍ଚାର ଶତାଧିକ ଏବଂ ଭାଜପାର ଅନ୍ୟାନ୍ୟ କାର୍ଯ୍ୟକର୍ତା ବନ୍ଧୁମାନେ ଉପସ୍ଥିତ ଥିଲେ ।

Spread the love