ଦେଶର କୃଷକଙ୍କ ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ’

ଆଗାମୀ 5 ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ବିଜେପି ଆପଣଙ୍କ ନିଜ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ।  ଆଜିର ସମାବଶରେ ବହୁ ସଂଖ୍ୟାରେ ଆପଣଙ୍କୁ ଦେଖି ଲାଗୁଛି ବିଜେପି ଜିତିବ । `ଏଠି ପଦ୍ମଫୁଲ ଫୁଟିବ ବୋଲି ଆପଣମାନଙ୍କ ବହୁସଂଖ୍ୟାରେ ଯୋଗଦାନ ସ୍ପଷ୍ଟ କରୁଛି ।  ମୋଦି ସରକାର ଆପଣଙ୍କ ପାଇଁ ବହୁ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ଦେଶର କୃଷକଙ୍କ ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟରେ ଲଗାଇବା ଦାୟିତ୍ୱ ରାଜ୍ୟର ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ସେହିପରି ଫସଲବୀମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଦେଶର କୃଷକଙ୍କ ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ  । ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଉନି ରାଜ୍ୟ ସରକାର । କେନ୍ଦ୍ର ଯୋଜନା ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି ରାଜ୍ୟ ସରକାର ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ  ।

Spread the love