ସାହିତ୍ୟିକଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଲl ବିଜେପି

ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି l ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ । ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି । ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି ।

ଏହି ଅବସରରେ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରସିଦ୍ଧ ଲେଖକ, କବି, ଜ୍ଞାନପୀଠ ଓ ଶାରଳା ପୁରସ୍କାରପ୍ରାପ୍ତ ପଦ୍ମବିଭୁଷଣ ସୀତାକାନ୍ତ ମହାପାତ୍ରଙ୍କୁ ଭେଟି ଧାରା ୩୭୦ ଉଚ୍ଛେଦ ସଂର୍ପକରେ ଅବଗତ କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ ।

ସେହିପରି ପ୍ରସିଦ୍ଧ ଲେଖକ ଓ ସମ୍ଭକାର ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କୁ ଭେଟି ଧାରା ୩୭୦ ଉଚ୍ଛେଦ ସଂର୍ପକରେ ଶ୍ରୀ ପଣ୍ଡା ଓ ଡ. ସାମନ୍ତସିଂହାର ଅବଗତ କରାଇବା ସହ ବର୍ତମାନର କାଶ୍ମିର ପରସ୍ଥିତି ସଂର୍ପକରେ ଆଲୋଚନା କରିଥିଲେ ।

Spread the love