ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅପମାନଜନକ ବକ୍ତବ୍ୟକୁ ବିରୋଧ କରି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର, ତା.୧୭/୧୨: ଭାରତର ୧୩୫କୋଟି ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଗର୍ବ କରିଥାନ୍ତି । ବିଶ୍ୱ ଦରବାରରେ ମୋଦୀଜିଙ୍କ “ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ”ର ମନ୍ତ୍ରକୁ ପ୍ରଶଂସା କରୁଛନ୍ତି । କିନ୍ତୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଯଶ୍ୱସୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ତର୍କହୀନ, ଅପଶବ୍ଦ ଏବଂ ଲଜ୍ଜାଜନକ ବିବୃତି ଦେଇ ବିଶ୍ୱ ଦରବାରରେ ଘୃଣରେ ପାତ୍ର ହୋଇଛନ୍ତି । ଯାହା ପାକିସ୍ତାନର କୁତ୍ସିତ ମାନସିକତାକୁ ପଦାରେ ପକାଇ ଦେଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିସ୍ ଆଚାର୍ଯ୍ୟ କହିଛନ୍ତି ।

ଆତଙ୍କବାଦୀଙ୍କ ପେଂଠସ୍ଥଳ ସାଜିଛି ପାକିସ୍ଥାନ । ଦଶକ ଦଶକ ଧରି ଆତଙ୍କବାଦ୍ ଏବଂ ଆତଙ୍କବାଦୀଙ୍କୁ ପାକିସ୍ଥାନ ଶରଣ ଦେଇଆସୁଛି । ଆଜି ପାକିସ୍ଥାନର ଆନ୍ତରିକ ସୁରକ୍ଷା, ଅର୍ଥନୀତି ଭୁଷୁଡି ଯାଇଛି । ସେହିପରି ୧୯୭୧ର ଯନ୍ତ୍ରଣାକୁ ଭୁଲି ନାହିିଁ । ଅନ୍ୟ ପଟେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱକୁ ସମଗ୍ର ବିଶ୍ୱ ଆଜି ଭୁୟସୀ ପ୍ରଶଂସା କରୁଥିବାବେଳେ ପାକିସ୍ଥାନୀ ବୈଦଶିକ ମନ୍ତ୍ରୀ ଜାତିସଂଘରେ ଦେଇଥିବା ଘୃଣ୍ୟ ଏବଂ ହୀନ ମନ୍ତବ୍ୟ ତାଙ୍କ ସଂକୀର୍ଣ୍ଣତା ଓ ଅସହିଷ୍ଣୁତାକୁ ପଦାରେ ପକାଇଛି । ପାକିସ୍ଥାନର ହୀନ ମାନସିକତା ଓ ବୟାନବାଜୀକୁ ବିରୋଧ କରି ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ରାମମନ୍ଦିରଠାରେ ବିଲାୱାଲ ଭୁଟ୍ଟୋ ଜରଦାରୀର କୁଶପୁତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଆଜି ଅପରାହ୍ନରେ ଶ୍ରୀ ଆଚର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ଭାରତ ପ୍ରତି ଦେଇଥିବା ତର୍କହୀନ, ଅପଶବ୍ଦ ଏବଂ ଲଜ୍ଜାଜନକ ବକ୍ତବ୍ୟ ବିରୁଦ୍ଧରେ ଏକ ଦାବିପତ୍ର ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ମନୋଜ ପଶ୍ଚିମକବାଟ, ସ୍ମରଜିତ ମହାନ୍ତି, ହେମରଞ୍ଜନ ବାରିକ, ସଂଗ୍ରାମ କେଶରୀ ପାତ୍ର, ଆଶୁତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love