ଧାମନଗରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

ଭଦ୍ରକ, ୨୯/୧୦: ଧାମନଗର ଉପ-ନିର୍ବାଚନକୁ ନେଇ ଦୁଇ ଦଳର ଆରୋପ ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ବିଜେପି ଓ ବିଜେଡି କର୍ମୀ ମୁହାଁ ମୁହିଁ । ସୋହଡା ପଂଚାୟତର ଦଶନ୍ଧି କୂଳଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବାକୁ BJP କର୍ମୀମାନେ ଅପେକ୍ଷା କରିଥିବା ବେଳେ, ପୋଲିସ୍ ଏହି ସମୟରେ ସରକାରୀ ଜାଗାରେ ଲାଗିଥିବା ଦଳୀୟ ପତାକା ଓ ବ୍ୟାନରକୁ ଖୋଲୁଥିଲା । ଏତିକି ବିଳେ କିଛି BJD କର୍ମୀ ଆସି ବିଜେପି କର୍ମୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାକୁ ନେଇ କୌଣସି ଦଳ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Spread the love