ବଲାଙ୍ଗୀର ମମିତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାରିପଦା, ୨୧/୧୦: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫଟୋ ଚିତ୍ରକୁ କର୍ମୀ ଜାଳିଛନ୍ତି । ବଲାଙ୍ଗୀର ମମିତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାର କାହିଁକି ଚୁପ ବସିଛନ୍ତି ସେନେଇ ବିଜେପି ପ୍ରଶ୍ନ କରିଛି । ଗୋବିନ୍ଦ ସାହୁଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିଜେପି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସରକାର ଯଦି ଏ ମାମଲାରେ ଯଥା ଶୀଘ୍ର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନିୟନ୍ତି ତେବେ ବିଜେପି ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବାର ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ, ବିଜେପିର ମହିଳା ମୋର୍ଚ୍ଚା ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love