ବିଜେପିର ୪୦ତମ ପ୍ରତିଷ୍ଠା ଦିବସରେ କରୋନା ବିରୁଦ୍ଧରେ ଲଢେଇ କରିବାକୁ ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ

ରାଜ୍ୟବ୍ୟାପୀ ବିଜେପିର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତା ଏକାଠୀ ହୋଇ କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ନିଜ ନିଜ ଘରେ ଦଳୀୟ ପତାକା ଉତୋଳନ କରିବା ପାଇଁ ନିବେଦନ କରିଥିଲେ । ସମସ୍ତ କାର୍ଯ୍ୟକର୍ତା ପ୍ରତିଷ୍ଠା ଦିବସ ଅବସରରେ ନିଜର ଗୋଟିଏ ପ୍ରହରର ଭୋଜନ ତ୍ୟାଗ କରି ଲକଡାଉନ ସମୟରେ କଷ୍ଟ ପାଉଥିବା ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇ  #Feedtheneedy ଫିଡଦିନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁସାରେ ୫+୧ ପ୍ୟାକେଟ ଖାଦ୍ୟ ସାମଗ୍ରୀ ନିଃସ୍ୱ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଏହା ସହ ଆଗାମୀ ଏକ ସପ୍ତାହ ମଧ୍ୟରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ପ୍ରତି ବୁଥର ଲୋକମାନଙ୍କୁ ଘର ତିଆରି ମାକ୍ସ ବଂଟନ କରିବା ପାଇଁ ସୁଦୃଢ ବ୍ୟବସ୍ଥା କରିବେ ଏବଂ ଫେସ କଭର ଅବା ମାସ୍କ ତିଆରି କରିବା ଏବଂ ବାଂଟିବାର ଭିଡିଓକୁ #wearfacecoverstaysafe  ରମାଧ୍ୟମରେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତାମାନେ ଗୋଟିଏ ପ୍ରହରର ଭୋଜନ ତ୍ୟାଗ କରି ଫିଡଦିନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁସାରେ ୫+୧ ପ୍ୟାକେଟ ଖାଦ୍ୟ ସାମଗ୍ରୀ ନିଃସ୍ୱ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରିବେ
 କାର୍ଯ୍ୟକର୍ତାମାନେ ଫେସ କଭର ଅବା ମାସ୍କ ତିଆରି କରି ନିଜ ନିଜ ବୁଥ ଲୋକଙ୍କୁ ବଂଟନ କରିବେ 
 ସମସ୍ତ କାର୍ଯ୍ୟକର୍ତାମାନେ ୪୦ ଜଣ ଲୋକଙ୍କୁ ସଂପର୍କ କରି ୧୦୦ ଟଙ୍କା ଲେଖାଏଁଚଗ-ମବକ୍ସରଗ୍ଦ(ପିଏମ କେୟାର୍ସ ଫଣ୍ଡ)କୁ ଅନୁଦାନ ଦେବା ପାଇଁ ପ୍ରବର୍ତାଇବେ
 ନିଜ ନିଜ ଅଂଚଳର କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ କରନ୍ତୁ
 ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା ଲକ୍ଷ୍ୟ ନେଇ ବିଜେପି କାର୍ଯ୍ୟ କରୁଛି।

Spread the love