ଓଡିଆ ଲୋକଙ୍କ ପ୍ରତି ନରେନ୍ଦ୍ର ମୋଦିଙ୍କର ଭଲପାଇବାକୁ ନେଇ ନବିନ ଅସହିଷ୍ଣୁ : ବିଜେପି

ଏକ ଇଂରାଜି ନ୍ୟୁଜ ଚ୍ୟାନେଲର ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ
ନହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନରେନ୍ଦ୍ର ମୋଦି ଫେଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ
ଜନତା ପାର୍ଟୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି ଯେ ନରେନ୍ଦ୍ର ମୋଦି କେଉଁ ଥିରେ ଫେଲ ହୋଇଛନ୍ତି । କଣ ଓଡିଆରେ ଜୟ
ଜଗନ୍ନାଥ କହିଲେ ବୋଲି ନରେନ୍ଦ୍ର ମୋଦି ନବିନ ବାବୁଙ୍କ ଆଖିରେ ଫେଲ ହୋଇଗଲେ କି ? କାରଣ ମୁଖ୍ୟମନ୍ତ୍ରୀ
କେବେ ଭାଷଣରେ ଜୟ ଜଗନ୍ନାଥ ବୋଲି କୁହନ୍ତି ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପିର ରାଜ୍ୟ ଉପ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ କଣ କମଳା ପୁଜାରି, ପ୍ରକାଶ ରାଓ, ହଳଧର ନାଗ, ଦୈତାରି ନାୟକ, ଜିତେନ୍ଦ୍ର ହରିପାଲ, ଗୋବର୍ଧନ ପାଣିକାଙ୍କ ଭଳି ମାଟିର ସନ୍ତାନ ମାନଙ୍କୁ ପଦ୍ମ ପୁରଷ୍କାରରେ ପୁରଷ୍କୃତ କରିବା କଣ ମୋଦିଙ୍କର ଅଯୋଗ୍ୟାମି ବୋଲି ନବିନ ବାବୁ ଭାବୁଛନ୍ତି କି? ନବିନ ବାବୁ ତ ଦିନେ ସେମାନଙ୍କୁ ପଚାରନ୍ତି ବି ନାହିଁ । ନରେନ୍ଦ୍ର ମୋଦି ତ ସେମାନଙ୍କୁ ରାଷ୍ଟ୍ରର ସବୁଠାରୁ ବଡ ପୁରଷ୍କାରରେ ସମ୍ମାନିତ କଲେ ।
ରେଳ ବଜେଟରେ ୨୬ ହଜାର କୋଟି ଟଙ୍କା ଓଡିଶାକୁ ଦେଇଥିବା କାରଣରୁ କଣ ନବିନ ବାବୁଙ୍କ ନଜରରେ ମୋଦି ଫେଲ ହୋଇଗଲେ କି ? ଓଡିଶାରେ ୫୬ ଲକ୍ଷ ପରିବାର ପାଖରେ ପାଇଖାନା ପହଂଚାଇଲେ, ସେଇଥି ପାଇଁ କଣ ମୋଦିଙ୍କୁ ନବିନ ବାବୁ ଫେଲ ବୋଲି ଭାବିଲେ କି ? ଦେଶର ୭ କୋଟି, ଓଡିଶାରେ ୩୮ ଲକ୍ଷ ଘରେ ଉଜ୍ଜାଳା ଗ୍ୟାସ ପହଂଚାଇ ମା ଭଉଣିମାନଙ୍କୁ ଧୁଆଁରୁ ମୁକ୍ତି ଦେଇଥିବାରୁ କଣ ମୋଦିଜି ନବିନ ବାବୁଙ୍କ ନଜରରେ ଫେଲ ହୋଇଗଲେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଉରି, ପୁଲଓାମା ଆତଙ୍କବାଦି ଆକ୍ରମଣ ର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ । ସେଥିପାଇଁ ଏବେ ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଠିଆ ହୋଇଛି । ପାକିସ୍ତାନର ଘର ଭିତରେ ପଶି ଦେଶର ସେନା ବାହିନି ପାକିସ୍ତାନର ଆତଙ୍କବାଦିମାନଙ୍କୁ ମାରିଲେ । ସେଇଥିପାଇଁ କଣ ମୁଖ୍ୟମନ୍ତ୍ରୀ ନବିନ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ବୋଲି କହିଲେ କି ?
ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହାଶୟଙ୍କର ବିଜେପି ପ୍ରତି ଥିବା ଭୟ ଏବେ ପ୍ରଥମ ପର୍ଯ୍ୟାୟ
ନିର୍ବାଚନ ପରେ ୧୦ ଗୁଣ ବଢିଛି । ନବିନ ବାବୁ ଜାଣିଗଲେଣି ଯେ ତାଙ୍କ ପାଦ ତଳେ ଆଉ ମାଟି ନାହିଁ । ଏ
ନିର୍ବାଚନରେ ତାଙ୍କର ପରାଜୟ କଥା ସେ ବୁଝିସାରିଲେଣି । ଓଡିଶା ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ
ଥରେ ପ୍ରଧାନମନ୍ତ୍ରୀ ଭାବେ ବସାଇବେ ସହ ରାଜ୍ୟରେ ଡବଲ ଇଂଜିନ ସରକାର ବସାଇବେ ଏକଥା ସ୍ପଷ୍ଟ
ହୋଇଗଲାଣି ।

Spread the love