ବିଧାୟକଙ୍କ ଇସ୍ତଫା ଏବଂ ଗିରଫ ଦାବିକଲା ଜିଲ୍ଲା ବିଜେପି

ଭୁବନେଶ୍ୱର,୨୪/୦୫: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଅ­ଳର ଜଣେ ନିରିହ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ବିଧାୟକଙ୍କ ଇସ୍ତଫା ସହ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ବିଜେପି । ଆଜି ମାଷ୍ଟର କ୍ୟାଚାିନ୍ ଛକରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ହୋଇଥିବା ଅସାଧାଚରଣ ଏବଂ ଆକ୍ରମଣ ପରେ କେବଳ ପୋଲିସ ମାମଲାକୁ ପଂଜିକୃତ କରାଇ ଚୁପ୍ ହୋଇ ବସି ରହିବା ଏବଂ ତଦନ୍ତ ପ୍ତକିୟାରେ ହେଉଥିବା ଶୀତିଳତାକୁ ନେଇ ସଭାପତି ଶ୍ରୀ ଖୁଂଟିଆ ପ୍ରଶ୍ନ କରିଛନ୍ତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି,ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ,ବାବୁ ସିଂ ଉପସ୍ଥିତ ରହି ଅଭିଯୁକ୍ତଙ୍କ ନାମରେ ମାମଲା ଦାୟର ହୋଇ ଓ ପଂଜିକୃତ ହେଲା ପରେ ଅଭିଯୁକ୍ତ ଗିରଫ ନ ହେବା ଫଳରେ ତଦନ୍ତ ପ୍ରକ୍ରୟାରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରିଛନ୍ତି ।
ପୂର୍ବରୁ ବିଧାୟକଙ୍କ ନାମରେ ଶିଖ୍ ଯୁବକକଙ୍କୁ ଆକ୍ରମଣ, ଛାତ୍ର ହତ୍ୟା, ଯୌନ କେଳେଙ୍କାରୀ ଭଳି ସଂଗୀନ ଅପରାଧର ଆପାତତ ପ୍ରମାଣ ଥିବା ବେଳେ ବିନା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିଧାୟକ କ୍ଷମତାରେ ବସି ରହିବା ସମ୍ଭବ ନୁହେଁ ବୋଲି ଶ୍ରୀ ଜଗନ୍ନାଥ ପ୍ରଧାନ ମଧ୍ୟ ଅଭିଯୋଗ କରିଛନ୍ତି । ବିଧାୟକଙ୍କ ବିରୁଦ୍ଧରେ କୁହୁଳିଥିବା ଜନ ଅସନ୍ତୋଷକୁ ଆହୁରି ତୀବ୍ର କରିବା ସହ ଜନସାଧାରଣଙ୍କ ପାଇଁ ବିଜେପି ତାର ଆନ୍ଦୋଳନ ଜାରି ରଖିବ ବୋଲି ଦଳ ତରଫରୁ କୁହାଯାଇଛି । ବିଧାୟକଙ୍କ ଇସ୍ତଫା ଓ ଗିରଫ ନ ହେବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ବିରୋଧ ଜାରି ରଖିବ ବୋଲି ଦଳ କହିଛି ।

ଏହି ପ୍ରତିବାଦ ସଭାରେ ଜିଲ୍ଲା ଉପସଭାପତି ବସନ୍ତ ରାଉତ, ସାଧାରଣ ସଂପାଦକ ବିଭାସ ସେନଗୁପ୍ତ, ଶୁଶାନ୍ତ କୁମାର ସାବତ, ସଂଗ୍ରାମ କେଶରୀ ନାୟକ, ସଂପାଦକ ଅଚ୍ୟୁତାନନ୍ଦ ରଣଜିତ୍‌, ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆଚାର୍ଯ୍ୟଙ୍କ ସମେତ ବହୁ ପ୍ରମୁଖ  ଉପସ୍ଥିତ ରହିଥିଲେ ।

Spread the love