କେଜରିୱାଲଙ୍କ ବାସଭବନ ବାହାରେ ବିଜେପିର ଜୋରଦାର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ବର୍ଦ୍ଧିତ ତୈଳ ଦର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟମାନଙ୍କୁ ଦାୟୀ କରିବା ପରେ ବିକ୍ଷୋଭର ପଥ ଆପଣାଇଲା ବିଜେପି। ତୈଳ ମୂଲ୍ୟରେ ଭାଟ କମାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦିଲ୍ଲୀ ବିଜେପି ଶାଖା।

ସେ କହିଥିଲେ” କେନ୍ଦ୍ର ସରକାର ଗତ ନଭେମ୍ବର ମାସରେ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ କମ୍ କରିଥିଲେ। ରାଜ୍ୟମାନଙ୍କୁ ବି ଏପରି କରିବାକୁ ଅନୁରୋଧ କରିଥିଲେ। ତେବେ କିଛି ରାଜ୍ୟ ଭାରତ ସରକାରଙ୍କ ଭାବନା ଅନରୂପ ଟ୍ୟାକ୍ସ କମ୍ କଲେ। କିନ୍ତୁ କିଛି ରାଜ୍ୟ ନିଜର ଲୋକମାନଙ୍କୁ ଏହାର କୌଣସି ଲାଭ ଦେଲେ ନାହିଁ। ତେଣୁ ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅନେକ ବେଶି ରହିଛି।”

ମୋଦୀ ଆହୁରି କହିଛନ୍ତି  “ଏହା ଗୋଟେ ପ୍ରକାର ସେହି ରାଜ୍ୟର ଜନତାମାନଙ୍କ ପାଇଁ ଅନ୍ୟାୟ କରାଯାଉଥିବା ବେଳେ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଏଥିପାଇଁ କ୍ଷତି ସହିବାକୁ ପଡ଼ୁଛି। ମୁଁ କାହାର ଆଲୋଚନା କରୁନାହିଁ, କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ,କେରଳ, ଝାରଖଣ୍ଡ,ତାମିଲନାଡୁକୁ ମୁଁ ଅନୁରୋଧ କରୁଛି ଆପଣମାନେ ଭ୍ୟାଟ୍ କମ୍ କରନ୍ତୁ ଓ ଲୋକଙ୍କୁ ଏହାର ଲାଭ ଦିଅନ୍ତୁ। “

Spread the love