ବିଜେଡି ହିଂସା ପନ୍ଥା ଆପଣାଇ ଭୋଟରଙ୍କୁ ଭୟଭୀତ କରୁଛି :ବିଜେପି

ରାଜ୍ୟରେ ଆଇନଶୃଙ୍କଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରତିଦିନ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେବା ସହ ହତ୍ୟା କରାଯାଉଛି । ଶାସକ ବିଜେଡି ଦଳର ଗୁଣ୍ଡାମାନେ ଅମାନୁଷିକ କାଣ୍ଡ ଘଟାଇ ବିରୋଧୀ ଏବଂ ସାଧାରଣ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି । ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି ।
ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ବିଜେଡିର ଗୁଣ୍ଡାମାନେ ହ୍ରିଂସ ହୋଇପଡିଛନ୍ତି । ରାଜ୍ୟରେ ଦୁର୍ଷ୍କମ,
ହତ୍ୟା ଆଦି ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇଛି । ବିଜେଡି ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀ
ମାନେ ଖୁଲୁମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ତୁରନ୍ତ ଏମାନଙ୍କର ଗୁଣ୍ଡାରାଜକୁ ଦମନ କରିବା ସହ ରାଜ୍ୟରେ ଶାନ୍ତିର
ବାତାବରଣ ସୃଷ୍ଟି କରିବା ସହ ମୁକ୍ତ ଏବଂ ଅବାଧ ଓ ଭୟମୁକ୍ତ ନିର୍ବାଚନ କରିବା ଦାବିରେ ରାଜ୍ୟ ବିଜେପି ଉପସଭାପତି
ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅପରାଧ ଘଟାଉଥିବା ଦୋଷୀଙ୍କୁ
ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।
ଗତ କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ
ଶାସକ ବିଜେଡି ଦଳର ଗୁଣ୍ଡାମାନେ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅଙ୍କ ସଂପୃକ୍ତି ଥିବାର
ପ୍ରମାଣ ରହିଛି । ମାର୍ଚ୍ଚ ୧୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା
କରାଯାଇଛି । କିଛି ଗୁଳି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ପାଖରେ ଯାଇଛି । ଏହି ଘଟଣାକୁ ୩ ଦିନ
ବିତିଥିଲେ ବି ଏଯାବତ ଜଣକୁ ମଧ୍ୟ ପୋଲିସ ଗିରଫ କରିପାରି ନାହିଁ । ସେହିପରି ୨ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ସହ
ହତ୍ୟା କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ଅନେକ ସ୍ଥାନରେ ବୁଥ କ୍ୟପଚରିଂ, ରିଗିଂ ଏବଂ
ଭୋଟରଙ୍କୁ ଲାଂଚ ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦିଆଯାଇଛି ।

ଗତ୧୫ ତାରିଖ ଦିନ ବିଜେପି କାର୍ଯ୍ୟକର୍ତାଙ୍କୁ
ଶାକ ବିଜେଡି ଦଳର କିଛି ଗୁଣ୍ଡମାନେ ଠେଙ୍ଗାରେ ବାଡେଇ ହତ୍ୟା କରିଛନ୍ତି । ବିଜେଡିର କର୍ମୀମାନେ ବିଜେପିର ପୋଷ୍ଟର
ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମତଦାତାଙ୍କୁ ଟଙ୍କା ଏବଂ ଧମକ ଦେଉଛନ୍ତି । ଏହା ବିରୁଦ୍ଧରେ ବିଭିନ୍ନ
ଥାନାରେ ଏତଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରତିନିଧୀ ଦଳ ଦାବିପତ୍ରରେ ଦାବି
ଜଣାଇଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ
ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ପ୍ରମୁଖ
ଉପସ୍ଥିତ ଥିଲେ ।

Spread the love