ଭୁବନେଶ୍ୱର ମଧ୍ୟର ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ

ଆଜି ସଂଧ୍ୟାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ହୋଇଛି ।
କେବଳ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିରେ ଶାସକ ଦଳ ଦ୍ୱାରା ଏକ ହତ୍ୟାକାଣ୍ଡ ସହ ସଂଖ୍ୟାଧିକ ଥର ବୋମାମାଡ, ଢେଲାମାଡ ହୋଇଛି । ଏପରି ସ୍ଥିତିରେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳି କଥା ନକହିବା ଭଲ ।

ଶାସକ ଦଳର ଏହି ତାଲିବାନି ରାଜକୁ ଦମନ କରିବା ସହ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ଦାବି କରିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ବିଜୁ ଜନତା ଦଳ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନେକ ଥର ଅନୁରୋଧ କରାଯାଇଥିଲା । ହେଲେ ମୁଖ୍ୟ ନିର୍ବାଚନ ଅଧିକାରି ଶାସକ ଦଳକୁ ସୁହାଇଲା ଭଳି ସମସ୍ତ ଘଟଣାରେ ଚୁପ ରହିଛନ୍ତି । ଯାହାର ପରିଣାମରେ ଆଜି ରାଜ୍ୟରେ ନିର୍ବାଚନ ହଂସା ବଢିବାରେ ଲାଗିଛି ।  ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିର ସମସ୍ତ ବୁଥକୁ ସମ୍ବେଦନଶିଳ ବୁଥ ଘୋଷଣା କରିବା ସହ ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ, ପାର୍ଥୀମାନଙ୍କୁ ସୁରକ୍ଷା ଦିଆଯାଉ ।
ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଉପ ସଭାପତି ସମିର ମହାନ୍ତି, ଭୁବନେଶ୍ୱର ଲୋକସଭା ପାର୍ଥୀନି ଅପରାଜିତା ଷଡଙ୍ଗି, ମୁଖପାତ୍ର ଗୋଲକ ପହାପାତ୍ର, ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love