ପଞ୍ଚମ ରାଉଣ୍ଡ ଗଣତି ଶେଷ: ସୂର୍ଯ୍ୟବଂଶୀଙ୍କୁ ୨୨,୪୯୫, ଅବନ୍ତୀଙ୍କୁ ୧୮,୯୨୩ ଖଣ୍ଡ ଭୋଟ୍

ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୫ ରାଉଣ୍ଡ ଗଣତି ଶେଷ ହୋଇଛି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୩୫୭୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୨୨,୪୯୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୧୮,୯୨୩ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୩୩୮୯ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୭୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ସୂରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩ ଓ ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ ଭୋଟ୍‌ରେ ଆଗରେ ରହିଥିଲେ ସୂର୍ଯ୍ୟବଂଶୀ।

Spread the love