ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ରାୟ ବିଜେପିରେ ସାମିଲ

ଭୁବନେଶ୍ୱର,ତା.୦୧/୦୪: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ନିମାପଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପ୍ରମୋଦ କୁମାର ରାୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଣେଶ୍ୱରପୁର ପଂଚାୟତରୁ କଂଗ୍ରେସ ଦଳ ସମର୍ଥନରେ ୨ଥର ସରପଂଚ ହୋଇଥିବା ଶ୍ରୀ ରାୟ ଆଜି ନିଜର ଶତାଧିକ ସମର୍ଥକ ଓ କର୍ମୀଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ରାୟ ବିଜେପିରେ ଯୋଗ ଦେଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଣେ ସାଧାରଣ ଲୋକକୁ ସ୍ୱପ୍ନ ଦେଖାଇପାରେ । ବିଜେପି ନେତୃତ୍ୱ ଓଡ଼ିଶାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେବା ସହ ସର୍ବପଦବୀରେ ମହିଳାଙ୍କୁ ସ୍ଥାନ ଦେଇଛି । ଓଡ଼ିଶାର ୩ ମନ୍ତ୍ରୀ କେନ୍ଦ୍ରରେ ଅଛନ୍ତି ଯାହା ଆଉ କେଉଁ ଦଳ ଏଭଳି କାର୍ଯ୍ୟ କରିବାରେ ସକ୍ଷମ ହୋଇନାହିଁ ।
ସେହିପରି ମଧୁସୂଦନ ପାତ୍ର, ବୀରବର ପ୍ରଧାନ, ସତ୍ୟପ୍ରିୟ ପ୍ରଧାନ, କୈଳାସ ରାଉତ, ପୂର୍ଣ୍ଣଚନ୍ଦ୍ର ବେହେରା, ଦ୍ୱିଜବର ବେହେରା, ବ୍ରହ୍ମାନନ୍ଦ ସାମନ୍ତରାୟ, କାଶୀନାଥ ସ୍ୱାଇଁ, କାଳନ୍ଦୀ ମଲ୍ଲିକ, ରବୀନ୍ଦ୍ର ଭଟ୍ଟ, ଗୋପିନାଥ ଭୋର, ପଂଚାନନ ଭଟ୍ଟ, କାଳନ୍ଦୀ ମୁଦୁଲୀ, ସୁବଳ ଭଟ୍ଟ, ସଞ୍ଜୟ କୁମାର ଭଟ୍ଟ, ଅକ୍ଷୟ କୁମାର ପ୍ରଧାନ, ଭାଗ୍ୟଧର ପ୍ରଧାନ, କୈଳାସ ବାରିକ, ଉମାକାନ୍ତ ମିଶ୍ର, ଗଗନ ମଲ୍ଲିକ, ଜୟନ୍ତ ସ୍ୱାଇଁ ପୂର୍ଣ୍ଣଚନ୍ଦ୍ର ନାୟକ, ରବୀନ ପାତ୍ର ଦୈତାରୀ ଦଳାଇ, କାହ୍ନୁଚରଣ ପାଢ଼ୀ, ହଜାରୀଲାଲ ଭୂୟାଁ ଓ ଲୋକନାଥ ବେହେରା ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ, ବିରଂଚି ନାରାୟଣ ତ୍ରିପାଠୀ, ଓମ୍‌ପ୍ରକାଶ ମିଶ୍ର, ଦିଲ୍ଲୀପ ନାୟକ, ନିରଞ୍ଜନ ମହାପାତ୍ର, ବାଦଲ ବେହେରା ଓ ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love