ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଓ ପୁଲିସ ଧସ୍ତାଧସ୍ତି

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଓ ପୁଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସୋମନଙ୍କୁ ଆରବିଆଇ ଅଫିସ ଆଗରେ ପୁଲିସ ଅଟକାଇଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ।

ରାଜ୍ୟ ସରକାରଙ୍କ ଯୁବମାରଣ ନୀତି, ବେକାରୀଙ୍କୁ ରୋଜଗାର ପ୍ରଦାନରେ ବିଫଳ, ଓଡିଆ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ବିଜେପି କର୍ମୀ ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇ ବିଧାନସଭା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

Spread the love