ଫନି କ୍ଷୟକ୍ଷତି ଆକଳନରେ ରାଜ୍ୟ ସରକାର ବିଫଳ: ବିଜେପି ଜୃଷକ ମୋର୍ଚ୍ଚା

ବାତ୍ୟା ଫନିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ “ଜିରୋ କାଜୁଆଲିଟିର” ନାରା ଦଉଥିବା ସରକାର ପହଂଚି ପାରିଲା ନାହିଁ । ରାଜ୍ୟରେ ହଜାର ହଜାର ଲୋକ ବିଶେଷ
କରି ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, କଟକ, କେନ୍ଦ୍ରାପଡା ଆଜି ଜିଲ୍ଲାରେ ହଜାର ହଜାର ବିପନ୍ନ ହୋଇଥିଲେ ମଧ୍ୟ ସରକାରଙ୍କ କ୍ଷୟକ୍ଷତି ଆକଳନରେ ବିଳମ୍ବ ଏବଂ ରିଲିଫ ବାଂଟିବାରେ ପାତର ଅନ୍ତର କାରଣରୁ ବିପନ୍ନ ପାଖରେ ପ୍ରଶାସନର ସୁବିଧା ପହଂଚି ପାରିଲା ନାହିଁ ବୋଲି ବିଜେପି କୃଷକମୋର୍ଚ୍ଚା କହିଛି ।
ଆଜି ବିଜେପି କୃଷକମୋର୍ଚ୍ଚାର ଏକ ୭ ଜଣିଆ ରାଜ୍ୟ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାର କଣାସ ବ୍ଲକ୍ ତ୍ରିଲୋଚନପୁର ପଂଚାୟତର କଣ୍ଠପଡା ଗ୍ରାମର ଫନୀ ବାତ୍ୟାରେ କ୍ଷୟକ୍ଷତିରେ ମ୍ରିୟମାଣ ହୋଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଯୁବଚାଷୀ ବିଶ୍ୱନାଥ ଦଳେଇଙ୍କ ପରିବାରକୁ ଭେଟିବା ବେଳେ ଏହା କହିଛନ୍ତି । ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀ ଆତ୍ମହତ୍ୟା କରିଥିବା ଚାଷୀ ପରିବାର ସହ ଆଲୋଚନା କରିବାରେ ଜଣାପଡିଲା ଯେ ନିଜର ୧ ଏକର ଡାଲୁଆ ଧାନ ଚାଷ ସହ ଭାଗ ଚାଷରେ ପ୍ରାୟ ୩ ଏକର ଚାଷ କରୁଥିଲେ ମୃତ ବିଶ୍ୱନାଥ । ସ୍ଥାନୀୟ ସମବାୟ ସମିତିର ଋଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଏବଂ ହାତଉଦ୍ଧାରୀ ପ୍ରାୟ ୩ ଲକ୍ଷ ଟଙ୍କାର କରଜ ସହିତ ଚାଷ କ୍ଷୟକ୍ଷତିର ଦୁଃଖକୁ ସମ୍ଭାଳୀ ନପାରି ବାଧ୍ୟ ହୋଇ କୀଟନାଶକ ପିଇଲେ । ଦୀର୍ଘ ୧୦ ଦିନ ମେଡିକାଲରେ ରହି ଜୀବନ ସହ ସଂଘର୍ଷ କରିବାପରେ ସେ ମୃତ୍ୟୁବରଣ
କରିଛନ୍ତି ।  ଏ ଭଳି ସଂଗୀନ ଅବସ୍ଥାରେ ରାଜ୍ୟ ସରକାର କମ୍ଭୁ କର୍ଣ୍ଣ ନଦ୍ରାରେ ଶୋଇବା ଏବଂ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର ି
ନକରିବା ଘଟଣାକୁ ବିଜେପି ନିନ୍ଦା କରିଛି । କୃଷକମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ  ସୁରଥ ବିଶ୍ୱାଳ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ  କୃଷ୍ଣ ଜଗଦେବ, ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା ଓ ରଂଜନ ମଙ୍ଗରାଜ, ରାଜ୍ୟ ସଂପାଦକ ଅଶୋକ ମହାନ୍ତି, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି  ଅଜୟ ପ୍ରଧାନ, ଜିଲ୍ଲା ବିଜେପି ଉପସଭାପତି  ବିଶ୍ୱଜିତ୍ ବଡଜେନା, ମଣ୍ଡଳ ସଭାପତି,  ରାମଚନ୍ଦ୍ର ବେହେରା, ଯୁବନେତା ତରଣୀ ସେନ ସ୍ୱାଇଁ ଓ ଅନନ୍ତ ସାମନ୍ତରାୟ ପ୍ରମୁଖଙ୍କ
ନେତୃତ୍ୱରେ ଯାଇଥିବା ଉକ୍ତ ପ୍ରତିନିଧି ମଣ୍ଡଳୀ ଉକ୍ତ ଗ୍ରାମରେ ତଦାରଖ କରୁଥିବା ରାଜସ୍ୱ ଅଧିକାରୀଙ୍କୁ ସାକ୍ଷାତ କରି କ୍ଷୟକ୍ଷତି ଆକଳନରେ ପାତର ଅନ୍ତର ନ କରି ଉପଯୁକ୍ତ ଲୋକଙ୍କୁ କ୍ଷତିପୂରଣଭୁକ୍ତ କରିବା ସହ ମୃତ ବିଶ୍ୱନାଥଙ୍କ ପରିବାରକୁ କିପରି ପ୍ରଧାନମନ୍ତ୍ରୀ ଆବାସ, ତାଙ୍କ ପତ୍ନୀଙ୍କୁ ବିଧବାଭତା ଏବଂ ଘର ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ
ସହାୟତା ମିଳିବ ସେଥିପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପାଇଁ କହିଥିଲେ ।

Spread the love