ବିଜେପି ନେତା ସମର ପ୍ରଧାନଙ୍କ ବିୟୋଗରେରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର,୧୫/୪: ରେଢାଖୋଲ ଅଂଚଳର ବିଜେପି ନେତା ତଥା ବିଶିଷ୍ଟ ଆଇନଜୀବୀ ସମର ପ୍ରଧାନଙ୍କ  ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ  ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ପ୍ରଧାନ ରେଢାଖୋଲ ଅଂଚଳର ଜଣେ ଦକ୍ଷ ସଙ୍ଗଠକ ଭାବେ ବେଶ ଜଣାଶୁଣା । ଦୀର୍ଘ ବର୍ଷ ଧରି ସେ ବିଜେପିରେ
ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ ସମସ୍ତ ଦାୟୀତ୍ୱ ବହନ କରିଆସୁଥିଲେ । ସମାଜସେବାକୁ ସେ ବ୍ରତ ଭାବେ ପାଳକ କରି ନିଜ  ଅଂଚଳର ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ପୂରା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ପ୍ରଧାନଙ୍କ ବିୟୋଗରେ ଶ୍ରୀ ମହାନ୍ତି, ଶ୍ରୀ ନାଏକ ଏବଂ ଶ୍ରୀ ମହାପାତ୍ର ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Spread the love