ବିଜେପି ଛାଡି ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ

ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି । ବିଶେଷ କରି ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟଦଳରେ ଯୋଗ ଦେଉଛନ୍ତି । ହେଲେ ଓଡିଶାରେ ଆଜି ବିଜେପିର ଜଣେ ବରିଷ୍ଠ ନେତ୍ରୀ ସୋନଲି ସାହୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଥିଲେ ବିଜେପିକୁ ଯାଇଥିଲେ ପୁଣି ସୋନାଲି କଂଗ୍ରେସକୁ ଆସିଛନ୍ତି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି ।ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି । ପୁନର୍ବାର ମୋ ପରିବାରକୁ ଫେରିଛି । ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି । ୨୦୧୯ ରେ ରୁଷି କି ଯାଇଥିଲି । ବିଜେପି କହୁଛି ଲକ୍ଷ୍ମୀଙ୍କ ଚି଼ହ୍ନ ପଦ୍ମ ଚି଼ହ୍ନ ଆଜି ଗୁରୁବାର ଲକ୍ଷ୍ମୀ ଛାଡିକି ଆସିଲେ । ଯେଉଁ ଦଳରେ ସମ୍ମାନ ନାହିଁ ସେଠି ରହିକି ଲାଭ ନାହିଁ ଜ୍ଝ ନିଷ୍ଠାର ସହ ଦଳ ଯେଉଁ ଦାୟିତ୍ୱ ଦେବ ଶୃଙ୍ଖଳିତ ଭାବରେ ତୁଲାଇବି ଜ୍ଝ ଓଡ଼ିଶାର ସ୍ୱରକୁ ଚାପି ଶାସକ ଦଳ ସହ ସାଲିସ କରି ଓଡ଼ିଶାର ସ୍ୱାର୍ଥକୁ ଚାପି ଦିଆଯାଉଛି ଜ୍ଝ ବିଜେପି ବିରୋଧୀ ଦଳର ଅଧିକାର ହରାଇଛି । କାହା ବିରୁଦ୍ଧରେ ନିର୍ବାଚନ ଲଢ଼ିବ ବିଜେପି । ୯ ରୁ ୯୦ କୁ ସାକାର ପାଇଁ ହାତରେ ହାତ ମିଶାଇବା ପାଇଁ ନିବେଦନ କଲେ ସୋନାଲି । ୫ ବର୍ଷ ଧରି ମତେ ସକ୍ରିୟ ଭାବରେ ଦେଖିନାହାନ୍ତି । ଆଦର୍ଶଗତ ନିର୍ବାଚନ କଂଗ୍ରେସ ଲଢ଼ୁଛି । ବିଜେପିରେ ଯୋଗଦେବା ପରେ ଧଳା ଶାଢ଼ୀ ପିନ୍ଧୁଥିଲି କଟାକ୍ଷର ଶିକାର ହୋଇଥିଲି ।

Spread the love