ଏସପି ଚରଣସିଂହ ମୀନାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ :ବିଜେପି

ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଗୋଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ସମୟରେ, ତଦନ୍ତ ରିପୋର୍ଟ ବା ଚାର୍ଜସିଟି ଦାଖଲ ହେବା ପୂର୍ବରୁ ଏସପି ଚରଣସିଂହ ମୀନା ଆସି ପ୍ରେସ ବିବୃତି ଦେଇ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଏକ ଭୟଙ୍କର ଷଡଯନ୍ତ୍ର ରଚିଛନ୍ତି ।

ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଏସପି ବିଦ୍ଧିବଦ୍ଧ ଯୋଜନା କରିଛନ୍ତି । ଯାଜପୁର ଏସପି ଶାସକ ବିଜେଡିର ପ୍ରଭାବଶାଳୀ ଅପରାଧିକ ନେତାମାନଙ୍କୁ ଖସାଇଦେବା ପାଇଁ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡରେ ତଥ୍ୟପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ମିଥ୍ୟା ତଥ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି । ସ୍ମିତାରାଣୀଙ୍କ ମୁୃତ୍ୟୁ ପରେ ତାଙ୍କ ଚରିତ୍ର ହନନ କରିବା ଏବଂ ଘଟଣାକୁ ଏକ ଭିନ୍ନ ମୋଡ ଦେବା ଅଭିଯୋଗରେ ଯାଜପୁର ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି । ଯାଜପୁର ଏସପି ଶ୍ରୀ ମୀନା ମୃତକ ସ୍ମିତାରାଣୀ ବିଶ୍ୱାଳଙ୍କ ଅବୈଧ ସଂର୍ପକ ଥିବା ନେଇ କହି ଓଡିଶାର ନାରୀ ଜାତିକୁ ଅସମ୍ମାନିତ କରିଛନ୍ତି । ଗଣଦୁଷ୍ର୍କ୍କମ ଏବଂ ହତ୍ୟା ତଦନ୍ତ ଭିତରେ ଶ୍ରୀ ମୀନା କିପରି ଜାଣିଲେ ଯେ, ସ୍ମିତାରାଣୀଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ଅନୈତିକ ସଂର୍ପକ ରହିଛି । ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତ ରୂପେଶ ଭଦ୍ରର ବିବୃତିକୁ ନିଜେ ଏସପି ଦୋହରାଇବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୋଷୀ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କୁ ଖସାଇଦେବାର ଷଡଯନ୍ତ୍ର । ଜଣେ ମହିଳା ମରି ସାରିବା ପରେ ତାଙ୍କ ଚରିତ୍ର ହନନ କରି ତାଙ୍କର ପରିବାରଜନ ଏବଂ ୪ ବର୍ଷର ଶିଶୁ କନ୍ୟାର ମାନବଧିକାରକୁ ଘୋର ଉଲ୍ଲଂଘନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଏସପି ଚରମସିଂହ ମୀନା ଆଇନକୁ ବାଟମାରଣା କରିବା ଏବଂ ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ଆରୋପରେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କ ଆଗରେ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love