ରାଜ୍ୟ ବଜେପି କାର୍ଯ୍ୟାଳୟରେ ଅନ୍ତର୍ଜାତିକ ମହିଳା ଦିବସ

ଭୁବନେଶ୍ୱର, ୦୮/୦୩: ଓଡିଶାରେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ । ସେମାନଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ଆଜି ପ୍ରତିହତ ହୋଇଛି ।
କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଯେ, କେବଳ ମହିଳା ସଶକ୍ତିକରଣ ନୁହେଁ, ସମାଜ ସଶକ୍ତିକରଣ ପାଇଁ ମହିଳାମାନେ ବିକାଶର ବାର୍ତାବହ ହେବା ଜରୁରୀ । ବିଶ୍ୱ ମହିଳା ଦିବସରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମହିଳାମାନଙ୍କୁ ଅବଗତ କରାଯିବ ।

 

ଏହାସହ ଆଗାମୀ ଦିନରେ ଉଜ୍ଜ୍ୱଳା, ମୁଦ୍ରା, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ (ଶୌଚାଳୟ) ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଭଳି ପାଂଚଟି ଯୋଜନାର ସଫଳ ରୂପାୟନ ପାଇଁ ଜାଗୃତି ସଭା ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ କରାଯିବ । ମୋଦି ସରକାରଙ୍କର ଅନ୍ୟାନ୍ୟ ମହିଳା କୈନ୍ଦ୍ରିକ ଯୋଜନା ଗୁଡିକ, ଯେପରିକି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ, ସୁକନ୍ୟା, ସମୃଦ୍ଧି, ମିଶନ ଇନ୍ଦ୍ରଧନୁଷ, ପୋଷଣ ଅଭିଯାନ ଆଦି ବିଷୟରେ ଜାଗୃତି ସୃଷ୍ଟି କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା କଲ୍ୟାଣକାରୀ ଯୋଜନାରେ ମହିଳାମାନେ ସମର୍ଥ ହୋଇପାରିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି । ଆଜି ସମଗ୍ର ମାଁ ଓ ଭଉଣୀଙ୍କ ସମ୍ମାନର ଦିନ । ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସପଳ ନାରୀମାନଙ୍କ ପଛରେ ଥିବା ପୁରୁଷମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଆଜିର ଏହି ଦିନଟିକୁ ନିର୍ଭୟାଙ୍କ ମାଁ ଶ୍ରୀମତୀ ଆଶାଦେବୀଙ୍କୁ ଅର୍ପଣ କରାଯାଇଛି । ଯିଏକି ନିର୍ଭୟାକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ବୋଲି  ପରିଡା କହିଛନ୍ତି ।

 

ଆଜି ଆର୍ନ୍ତଜାତୀକ ମହିଳା ଦିବସ ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରି  ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ସର୍ବପ୍ରଥମେ ‘ସମାନତାରେ ସାମର୍ଥ୍ୟ’ ବାର୍ତାକୁ ନେଇ ଦସ୍ତଖତ ଅଭିଯାନ କରାଯିବା ସହ ‘ମହିଳା ଜାଗୃତି’ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ସଂପାଦନା କରିଥିବା ମହିଳାମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନ୍ଦୋଳନାତ୍ମକ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଶ୍ମୀରେଖା ଦାଶ ଓ ସୁବାଷିନୀ ପୃଷ୍ଟି; ଗତ ସାଧାରଣ ନିର୍ବାଚନରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ରାଜ୍ୟରେ ସ୍ଥିତ ବଜାୟ ରଖିଥିବା ପ୍ରତିଭା ଶତପଥୀ, ସ୍ମୃତି ପଟ୍ଟନାୟକ, ଶୈଳବାଳା ବାଗ୍ ଓ ସିପ୍ରା ବାଜପେୟୀ; ମହିଳା ମୋର୍ଚ୍ଚାରେ ନୂତନ ଭାବେ ଯୋଗଦାନ କରି ସାଂଗଠନିକ ଦକ୍ଷତା ପ୬ଦର୍ଶନ
କରିଥିବା କସ୍ତୁରୀ ମିଶ୍ର ଓ ଯାଜ୍ଞସେନୀ ଜେନା; ତୃଣମୁଳ ସ୍ତରରୁ ସଂଗଠନରେ ଯୋଗଦାନ କରି ଅଦ୍ୟାବିଧି ପାର୍ଟି ପ୍ରତି ସମ୍ମାନ ପଦର୍ଶନ ଜାରି ରଖିଥିବା ଅମିତା ଦାଶ; ମହିଳା ମୋର୍ଚ୍ଚାର ସୁଖ ଦୁଃଖରେ ଭାଗିଦାରୀ ରହି ମାର୍ଗଦର୍ଶନ ଦେଉଥିବା ସୁରମା ପାଢୀ; ସାଂଗଠନିକ କାର୍ଯ୍ୟରେ ଦୁଇ ବରିଷ୍ଠ ଉପସଭାନେତ୍ରୀ କାନନବାଲା ପଟ୍ଟନାୟକ ଓ ନିୟତି ଗିରି; ଏକ ଜଣାଶୁଣା ଅଭିନେତ୍ରୀରୁ ନେତ୍ରୀ ଭାବେ ପ୍ରସିଦ୍ଧି ପାଇଥିବା ପିଙ୍କି ପ୍ରଧାନଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସୁଜାତା ମୁର୍ମୁ, ଉର୍ମିଳା ମହାପାତ୍ର, ସୀମନ୍ତିନୀ ଜେନା, ସୋନାଲି ସାହୁ, ବବିତା ପାତ୍ର ପ୍ରମୁଖଙ୍କ  ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ଆଜି ବିଶ୍ୱ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ସଂପର୍କିତ ଏକ ପଦର୍ଶନୀ ରାଜ୍ୟ
କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା ।

Spread the love