୫-ଟି ସଂପୂର୍ଣ୍ଣ ବିଫଳ, ଦୀପତଳ ଅନ୍ଧାର : ମହିଳାମୋର୍ଚ୍ଚା

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପ୍ରତିଦିନ ରାଜ୍ୟରେ ନାବାଳିକାଙ୍କ ଠୁ ଆରମ୍ଭ କରି ମହିଳାମାନେ ଦୁଷ୍କର୍ମରେ ଶିକାର ହୋଇ ଚାଲିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରେ ନାବାଳିକାମାନେ ସୁରକ୍ଷତି ନାହାଁନ୍ତି । ଦୀପ ତଳ ଅନ୍ଧାର ପରି ଖୋଦ୍ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥାନା ଠାରୁ ମାତ୍ର ୧ କିମି ଦୂରରେ ନାବାଳିକା ଦୁଷ୍କର୍ମର ଶିକାର ହେଉଛି କିନ୍ତୁ ପୋଲିସ ପାଖରେ କୌଣସି ସୂଚନା ରହୁନି । ୫-ଟି ସଂପୂର୍ଣ୍ଣଭାବେ ଫେଲ୍ ମାରିଛି । ୬୫ ବର୍ଷର ଏକ ବୁଦ୍ଧ ଏକ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବି ଶାସକ ଦଳର ସ୍ଥାନୀୟ ନେତାମାନେ ଘଟଣାକୁ ଚପେଇ ଦେବା ପାଇଁ ପୀଡିତା ପରିବାରକୁ ଧମକ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଥାନା ଠାରୁ ୧ କିମି ଭିତରେ କେମିତି ଦୁଷ୍କର୍ମ ହେଲା ଏବଂ ପୋଲିସ କେମିତି ଏ ସମ୍ବନ୍ଧରେ ଜାଣି ପାରିଲାନାହିଁ ବୋଲି ମହିଳାମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ
ମଣ୍ଡଳୀରେ ଏଭଳି ଏକ ଲଜ୍ଜାଜନକ ଘଟଣା ପରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାହିଁକି ପଛଘୁଂଚା ଦେଲା? ଶାସକ ଦଳ ସହ ଅଭିଯୁକ୍ତର ଲିଙ୍କ୍ ଥିବାରୁ ପୋଲିସ ଘଟଣାକୁ ଚପେଇ ଦେବାକୁ ବସିଥିଲା କି ? ଘଟଣାକୁ ରଫା ଦଫା କରିବା ପାଇଁ ଯେଉଁ ଲୋକମାନଙ୍କର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେମାନେ କିଏ? ଏଭଳି ସମ୍ବେଦନଶିଳ ଘଟଣାରେ ପୋଲିସ ଦୀର୍ଘ ୫ ଦିନ ପରେ ଅପରାଧୀକୁ ଆଣି ପଚରାଉଚରା କରିବା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗତକାଲି ରାଜ୍ୟ ମହିଳାମୋର୍ଚ୍ଚାର ଏକ ପ୍ରିତିନିଧୀ ଦଳ ପାଡିତା ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହି
ଘଟଣାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇ ନିଦ୍ଦିଷ୍ଟ ସମୟସୀମା ଭିତରେ ଦୋଷୀକୁ ଦଣ୍ଡ ଦିଆଯାଉ । ପୀଡିତାର ମା ଅଙ୍ଗନବାଡି
କେନ୍ଦ୍ରରେ ରୋଷେୟା ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଉପରେ କେସ ରଫାଦଫା କରିବା ପାଇଁ ଶାସକ ଦଳର ପକ୍ଷରୁ ଚାପ
ପକାଯାଉଛି । ଏଣୁ ପୋଲିସ ପ୍ରଶାସନ ପୀଡିତା ପରିବାରକୁ ସୁରକ୍ଷା ଯୋଗାଇବା ସହ ସାମାଜିକ ଓ ଆର୍ଥୀକ ସହାୟତା ପ୍ରଦାନ କରୁ ।
ସେହିପରି ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ଅପଚେଷ୍ଟା କରୁଥିବା ଶାସକ ଦଳର ନେତାମାନଙ୍କୁ ତଦନ୍ତ ପରିସରଭୃକ୍ତ କରି ଗିରଫ
କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଶାସକ ଦଳ ଚାପରେ ରାଜ୍ୟରେ ହଜାର ହଜାର ଅପରାଧୀ ଖସି ଯାଉଛନ୍ତି । ଶାସକ ଦଳର ନେତା ଓ କର୍ମୀମାନେ ଅନେକ
ଦୁଷ୍କର୍ମ ଘଟଣାରେ ସାମିଲ ଥିଲେ ବି ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତେ ସୁରକ୍ଷା ଦେଇଚାଲିଛି । ରାଜ୍ୟରେ ଶହ ଶହ
ନାବାଳିକା ଦୁର୍ଷ୍କମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟାକୁ ଆପଣାଉଛନ୍ତି । ଏହା ସତ୍ୱେ ବି ମହିଳାଙ୍କ ସୁରକ୍ଷା ପାଇଁ
ରାଜ୍ୟସରକାର କଠୋର ଆଇନ ଆଣିବାରେ କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ଶ୍ରୀମତୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ପ୍ରତିଗ୍ରାମରେ ଗ୍ରାମରକ୍ଷୀ ଥିବା ସତ୍ୱେ ଘଟଣାର ୫ ଦିନ ପରେ ପୋଲିସ କିପରି ଏ ଘଟଣା ସଂପର୍କରେ ଜାଣି ପାରିଲା ନାହିଁ
? ମୁଖ୍ୟମନ୍ତ୍ରୀ ମା’ଙ୍କୁ ସମ୍ମାନ କହୁଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ନାବାଳିକା ଦୁଷ୍କର୍ମରେ ଶିକାର ହେଉଛି ।
ମୋ ସରକାର ଏବଂ ସାଢେ ୪ କୋଟି ମୋ ପରିବାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପରିବାର ଭିତରେ ଏହି ୧୦ ବର୍ଷର ଶିଶୁକନ୍ୟା
ଆସୁନାହିଁ କି? ନିର୍ବାଚନ ପୂର୍ବରୁ ରାଜ୍ୟସରକାର ପରୀରଥ ବୁଲାଇ ସଚେତନ କରାଉଥିଲେ । ବାସ୍ତବରେ ଏହି ପରି ରଥର ଅର୍ଥ କଣ, ଛୋଟ ଶିଶୁ କନ୍ୟା ମାନଙ୍କୁ ସୁରକ୍ଷା ଦେବା କି ୟୁନିସେଫର ସହଭାଗୀତାରେ ଆସୁଥିବା ଅର୍ଥକୁ ହରିଲୁଟ୍ କରିବା ବୋଲି ରାଜ୍ୟ ମୁଖପାତ୍ର ସୋନାଲି ସାହୁ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳାମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love