୫ ରାଜ୍ୟରେ ସରକାର ଗଢିବ ବିଜେପି : ମନମୋହନ ସାମଲ

୫ ରାଜ୍ୟର ନିର୍ବାଚନ ଶେଷ ହୋଇଥିବା ବେଳେ ଆସିଛି ବୁଥ୍ ବାହୁଡା ମତ । ୫ ରାଜ୍ୟରୁ ୩ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବୁଥ୍ ବାହୁଡା ମତ୍ ଦର୍ଶାଉଛି । ସେହିଭଳି ତେଲେଙ୍ଗାନାରେ ସରକାର କିଏ ଗଢିବ ତାହାକୁ ନେଇ କଂଗ୍ରେସ ଓ ବିଆରଏସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିପାରେ । ତେବେ ବୁଥ୍ ବାହୁଡା ମତ ଆସିବା ପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମନମୋହନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ସହ କହିଛନ୍ତି, ୫ ରାଜ୍ୟରେ ବିଜେପି ଭଲ ଫଳାଫଳ କରିବ । ସବୁ ରାଜ୍ୟରେ ବିଜେପି ସରକାର କରିବ, ବାସ୍ ସମୟକୁ ଅପେକ୍ଷା କରନ୍ତୁ । ୫ ରାଜ୍ୟରେ ସର୍ବାଧିକ ବିଧାୟକ ଓ ସାଂସଦ ଆସନ ଜିତିବ ବିଜେପି । ଏହାଛଡା ଅଧିକ ରାଜ୍ୟରେ ସରକାର ମଧ୍ୟ କରିବ ଭାରତୀୟ ଜନତା ପାର୍ଟି । ଅନ୍ୟ କୌଣସି ରାଜ୍ୟର ଫଳାଫଳ ଓଡ଼ିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ । ୨୪ରେ ପୁଣିଥରେ ବିଜେପି ଶାସନକୁ ଆସିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମନମୋହନ । ନିର୍ବାଚନ ହୋଇଥିବା ୫ ରାଜ୍ୟ ମଧ୍ୟରୁ ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ସରକାରରେ ଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ସରକାରରେ ରହିଛି । ସେହିଭଳି ତେଲେଙ୍ଗାନାରେ ବିଆରଏସ ସରକାରରେ ରହିଛି । ଉଭୟ କଂଗ୍ରେସ ଓ ବିଜେପି ପାଇଁ ଏହି ରାଜ୍ୟରେ ସରକାର ଗଠନ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲର ଆଖ୍ୟା ଦିଆଯାଇଛି ।

Spread the love