ଭୁବନେଶ୍ୱରରୁ ବାହାରି ଥିବା ବିଜେପିର ପଦଯାତ୍ରା ୫ ଦିନରେ ଯଦୁପୁର ପହଂଚିଲା

ନାବାଳିକା ପରୀକୁ ନ୍ୟାୟ ଦାବିରେ ଭୁବନେଶ୍ୱରରୁ ବାହାରିଥିବା ବିଜେପିର ପଦଯାତ୍ରା ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଂଚିଛି। ଏହି ପଦଯାତ୍ରାରେ ବିଜେପି ନେତାଙ୍କ ସହିତ ଶତାଧିକ କର୍ମୀ ସାମିଲ ଅଛନ୍ତି। ବିଜେପି ପକ୍ଷରୁ ଗତ ୨୦ ତାରିଖରେ ବାହାରିଥିବା ଏହି ପଦଯାତ୍ରା ୫ ଦିନ ପରେ ଏହି ପଦଯାତ୍ରା ଚାଲିଥିଲା।
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ୨୧ ତାରିଖରେ ଯାଆଁଳା ପହଞ୍ଚିଥିଲା। ୨୧ତାରିଖରେ ଯାଆଁଳାରୁ ସାରୁଅ, ୨୨ତାରିଖରେ ସାରୁଅରୁ ପିଚୁକାଳି, ୨୩ ତାରିଖରେ ପିଚୁକୁଳିରୁ ଇଟାମାଟି ଓ ଆଜି ଇଟାମାଟିରୁ ବାହାରି ଯଦୁପୁର ପହଞ୍ଚିଛି ଏହି ପଦଯାତ୍ରା।
ଅନ୍ୟପଟରେ ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ଆଜି ଡେମୋ ପ୍ରଦର୍ଶନ କରିଛି। ସେ ହତ୍ୟା ପରେ ପରୀର ଶବକୁ କିଭଳି ନେଇ ଫିଙ୍ଗିଲା, ସେ ସବୁର ଅଭିନୟ କରି ଦେଖାଇଥିଲା। ତିନି ଦିନିଆ ରିମାଣ୍ଡରେ ସରୋଜକୁ ଏସ୍ ଆଇ ଟି ନେଇଥିବା ବେଳେ ଆଜି ସନ୍ଧ୍ୟାରେ ରିମାଣ୍ଡ ଅବଧି ସରୁଛି।
ଆଜି ଦିନ ପ୍ରାୟ ବାରଟା ବେଳେ ଏସ୍ ଆଇଟିର କିଛି ସଦସ୍ୟ ଆସି ଯଦୁପୁରରେ ସରୋଜର ଘରେ ପହଞ୍ଚି ଥିଲେ। ତାର ମା’ ଓ ଭଉଣୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଏସ୍ ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆସି ଯଦୁପୁରରେ ପହଞ୍ଚିଥିଲେ। ବୋଥ୍ରାଙ୍କ ଉପସ୍ଥିତିରେ ସରୋଜ ଡେମୋ ଦେଖାଇଥିଲା।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା କଲେଜ ଛାତ୍ର ସରୋଜ ସେଠୀକୁ ଜେରା ବେଳେ ଏସଆଇଟିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଥିଲା। ସରୋଜର ସ୍ବୀକାରୋକ୍ତିକୁ ଆଧାର କରି ତଦନ୍ତକାରୀ ଦଳ ଆଜି ତା ଘରୁ ଏକ ରକ୍ତଲଗା ଗାମୁଛା ଜବତ କରିଥିଲା। ହତ୍ୟା ବେଳେ ସେ ଏହି ଗାମୁଛା ବ୍ୟବହାର କରିଥିଲା।

Spread the love