ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ; ଲେଖାଶ୍ରୀ

 ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବ

ଭୁବନେଶ୍ୱର, ୦୯/୦୩: ସରିଛି ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାସ୍ଫୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି ।  ବିଜେପି ସମର୍ôଥତ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ ଉପରେ ମିଛ ଆରୋପ ଲଗାଇବା ସହ ଘର ଉପରକୁ ବୋମାମାଡ କରାଯାଉଛି । ବିଜେପି ସମର୍ଥିତ ବିଜୟୀ ସମିତି ସଭ୍ୟଙ୍କ ଘରେ ଗଞ୍ଜେଇ ରଖିବାର ଧମକ ଦେଉଛନ୍ତି ଶାସକ ଦଳର ନେତାମାନେ। ପଂଚାୟତ ନିର୍ବାଚନ ସମୟରେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ଦାଦାଗିରି ସାମ୍ନାକୁ ଆସିଥିଲା । ଏବେ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଆଗକୁ ଥିବାବେଳେ ପୁଣି ବିଜେଡି ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଛି । ବିଜେଡିର ଏହି ଅଗଣତାନ୍ତ୍ରୀକ ଏବଂ ହୀନ କାର୍ଯ୍ୟରେ ସହାୟତା କରୁଛନ୍ତି ସ୍ଥାନୀୟ ପୋଲିସ ପ୍ରଶାସନ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ତଞ୍ଚକତା ଓ ଷଡଯନ୍ତ୍ର ରଚି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି  ବିଜେଡି ବର୍ତମାନ ପଂଚାୟତ ନିର୍ବାଚନରେ ଜୟଲାଭ କରିଥିବା ବିଜେପି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୟଭୀତ କରି ପ୍ରଭାବିତ କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ । ମିଥ୍ୟା ଅରୋପ ଲଗାଇ ବିଜେପି ସମର୍ଥିତ ସଦସ୍ୟଙ୍କ ଘରର ତାଲା ଭାଙ୍ଗି ଜୋରଜବରଦସ୍ତ ପଶି ଆତଙ୍କରାଜ ସୃଷ୍ଟି କରୁଛି ପୋଲିସ । ଏନେଇ ପୁରୀ ଜିଲ୍ଲା ପୁଲିସ ଏସପିଙ୍କୁ ପଚାରିବାରୁ ଅପହରଣର ସଫେଇ ଦେଉଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା । ସ୍ଥାନୀୟ ପୋଲିସ ସବୁକିଛି ଜାଣି ନଜାଣିଲା ଭଳି ଶାସକ ବିଜେଡିକୁ ଜିତାଇବା ପାଇଁ ଏଭଳି ହୀନକାର୍ଯ୍ୟର ଅଂଶବିଶେଷ ସାଜିଛି। ଗଣତନ୍ତ୍ର ପଦ୍ଧତିରେ ଜୟଯୁକ୍ତ କରିଥିବା ଲୋକପ୍ରତିନିଧିମାନଙ୍କୁ ଧମକ, ଚମକ ଓ ଆକ୍ରମଣ କରି ଭୟଭୀତ ଏବଂ ପ୍ରଭାବିତ କରିଲେ ପଂଚାୟତ ସମିତି ନିର୍ବାଚନ ନିରପେକ୍ଷ କିପରି ହୋଇପାରିବ? ବିଜେଡିର ଏଭଳି ଗୁଣ୍ଡାଗିରି କରି ଭୋଟ ହାତେଇବା ଆଇନ ସଂଗତ ନୁହେଁ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିବା ସହିତ ଆଇନ ଭଙ୍ଗକାରୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love