ଶୂନ୍ୟକାଳରେ ଉଠିଲା ସରକାରଙ୍କ ବେଦାନ୍ତ ପ୍ରୀତି ପ୍ରସଙ୍ଗ : ବିଜେପି ସଦସ୍ୟଙ୍କ ଗୃହରେ ନାରାବାଜି
ଭୁବନେଶ୍ବର ୨୭।୭: ଶୂନ୍ୟକାଳରେ ଉଠିଲା ସରକାରଙ୍କ ବେଦାନ୍ତ ପ୍ରୀତି ପ୍ରସଙ୍ଗ । ଭୂଷଣ ଜମି ବେଦାନ୍ତକୁ ହସ୍ତାନ୍ତର ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟଙ୍କ ଗୃହରେ ଫ୍ଲ-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ । ଏହାସହ ସରକାର ବିରୋଧୀ ସ୍ଲୋଗାନ ଦେଇ ନାରାବାଜି । ଗୃହ ୧୦ ମିନିଟ୍ ପାଇଁ ମୁଲତବୀ ରହିଥିଲା । ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ପକ୍ଷରୁ ଆସିଥିବା ପ୍ରସଙ୍ଗକୁ ଦୃଷ୍ଟି ଦେବାକୁ ସରକାରଙ୍କୁ ପରାମର୍ଶ ଦେଲେ ବାଚସ୍ପତି । ବାଚସ୍ପତିଙ୍କ ରୁଲିଂ ପରେ ଗୃହ ସ୍ବାଭାବିକ । ମୁଲତବୀ ଆଲୋଚନା ଆରମ୍ଭ ହୋଇଛି ।