ନିର୍ବାଚନ ଜିତିବା ପରେ ଜନ କୃତଜ୍ଞତା ଯାତ୍ରା କରି ଲୋକଙ୍କୁ ଧନ୍ୟବାଦ ଦେଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଧାମନଗର: ଧାମନଗର ଉପନିର୍ବାଚନ ଜିତିବା ପରେ ଚର୍ଚ୍ଚାରେ ନବନିର୍ବାଚିତ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ନିର୍ବାଚନ ଜିତିବା ପୂର୍ବରୁ ସେ ଜନ ଆଶୀର୍ବାଦ ପଦଯାତ୍ରା କରି ଲୋକଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଉ ଏବେ ନିର୍ବାଚନ ଜିତିବା ପରେ ଜନକୃତଜ୍ଞତା ରାଲି କରିଛନ୍ତି। ସେ ତାଙ୍କ ବିଜୟର ଶ୍ରେୟ ପୂରା ଧାମନଗର ଜନତାଙ୍କୁ ଦେଇଛନ୍ତି। ଗାଁରେ ଗାଁରେ ବୁଲି ଭୋଟରଙ୍କୁ ଭେଟି ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିବାରୁ ସେ କୃତଜ୍ଞତା ଜଣାଉଛନ୍ତି। ସାଧାରଣ ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କ କଥା ଜାଣିବାକୁ ଚେଷ୍ଟା କରୁଛନ୍ତି। କେବଳ ସେତେକି ନୁହେଁ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟଗୁଡ଼ିକୁ ଯାଇ ସମସ୍ୟାଗୁଡ଼ିକୁ ପଚାରି ବୁଝିବା  ସହ ସ୍କୁଲର ଖାଦ୍ୟର ମାନ ପରୀକ୍ଷା କରିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍କୁଲ୍‌ରେ ପିଲାମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଯାହାର ଭିଡିଓ ଭାଇରାଲ ହେଉଛି। ତାଙ୍କର ଏହି ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ନିର୍ବାଚନ ପୂର୍ବରୁ ଯେମିତି ଲୋକଙ୍କ ପାଖକୁ ଯାଉଥିଲି ଜିତିବା ପରେ ବି ସେମିତି ଆସି କୃତଜ୍ଞତା ଜଣାଉଛି। ତା ସହିତ ନିଜ ନିର୍ବାଚନ ମଣ୍ଡଳିରେ ଥିବା ସ୍କୁଲ୍‌ଗୁଡ଼ିକରେ କିଭଳି ଭଲ ପାଠ ପଢ଼ା ହେବା ସେ ନେଇ ଗରୁତ୍ୱ ଦେଇଛନ୍ତି ସୂରଜ। ସେ କହିଛନ୍ତି ଯେ ଖାଲି ଭଲ ଚେୟାର ଟେବୁଲ ପକାଇ ଦେଲେ ପିଲା ପାଠ ପଢ଼େ ନାହିଁ, ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ଏଥିପାଇଁ ମୁଁ ସ୍କୁଲ୍‌ସବୁ ବୁଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେଉଛି ବୋଲି ବିଧାୟକ କହିଛନ୍ତି।

Spread the love