ରାଜ୍ୟ ମଣ୍ଡିରେ ଧାନକିଣା ସମସ୍ୟା ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ, ଦେଲେ ଦାବି ପତ୍ର

ଭୁବନେଶ୍ଵର ୨୨।୧୨: ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ି  ନଷ୍ଟ ହେଉଛି। ଆସାଧୁ ବ୍ୟବସାୟୀଙ୍କ ପାଇଁ ଚାଷୀ ନିଜର ପାଉଣା ପାଉ ନାହିଁ। ଏମିଫସିରୁ କମ ଦରରେ ରାଜ୍ୟର ଚାଷୀ ଧାନ ବିକୁଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା ବେଳେ ୧୦୦୦ ରୁ ୧୨୦୦ ଟଙ୍କାରେ ଚାଷୀ ଧାନ ବିକୁଛି। ଭାରତ ସରକାର ଏବଂ ଏଫସିଆଇ ସରଜମିନ ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ, ଯେଉଁଥିରେ ଧାନ କିଣିବା ସମୟରେ  ରାଜ୍ୟ ସରକାର ନିର୍ଦ୍ଧାରିତ କରିବା ଫଳରେ ଚାଷୀମାନେ ମଣ୍ଡିକୁ ଧାନ ନେଇ ବିକି ପାରୁନାହାନ୍ତି।  ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।  ଏହି ସମସ୍ୟାକୁ ନେଇ ରାଜ୍ୟର ବିଜେପି ସାଂସଦ କେନ୍ଦ୍ର ଖାଉଟି ବେପାର ଓ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଛନ୍ତି। ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ଖାଦ୍ୟ ଏବଂ ଯୋଗାଣ ସଚିବ।

ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ବିଜେପି ସାଂସଦ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି। ରାଜ୍ୟର ମଣ୍ଡିଗୁଡିକରେ ଲାଗି ରହିଥିବା ସମସ୍ୟା ଭିତରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପଟେ ବିଜେପିର ରାଜ୍ୟ ସରକାରଙ୍କୁ ଟାର୍ଗେଟକୁ ନେଇ ବିଜେଡି ସାଂସଦ କହିଛନ୍ତି, ରାଜ୍ୟ ସରକାର ସବୁ ବେଳେ କୃଷକଙ୍କ ପାଇଁ କାମ କରିଛନ୍ତି। ଏବଂ ସ୍ଵାମୀନାଥନ କମିଶନକୁ ଲାଗୁ କରିବାକୁ  ଚାହୁଁଛନ୍ତି। ଚାଷୀଙ୍କୁ ଟଙ୍କା ମିଳିବାରେ ବିଳମ୍ବର କାରଣ କେନ୍ଦ୍ର ସରକାର ରାଜ୍ୟ ବାବଦ ଅର୍ଥ ଦେବାରେ ବିଳମ୍ବ କରନ୍ତି। ତେଣୁ ବିଜେପି ଏପରି ରାଜନୀତିରୁ ନିଜକୁ କ୍ଷାନ୍ତ ରଖୁ ଏବଂ କୃଷକଙ୍କ ହିତ ବାବଦରେ ଚିନ୍ତା କରୁ ବୋଲି କହିଛନ୍ତି ସାଂସଦ  ସୁଜିତ୍ କୁମାର। କୃଷକ ମାନକ ବିଭିନ୍ନ ସମସ୍ୟାକୁ  ନେଇ ବିଜେଡି ସଂସଦରେ ଉଠାଇଥିବା ବେଳେ, ଏହି ପ୍ରସଙ୍ଗରେ ଖୁବ୍ ଶୀଘ୍ର କେନ୍ଦ୍ର  ମନ୍ତ୍ରୀ ପୀୟୂଷ ଗୋୟଲ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।

Spread the love