ମୁର୍ମୁଙ୍କ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଓଡିଶାର ଦୁଇ ମନ୍ତ୍ରୀ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  । ଏସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ବିଟ କରି ସୂଚନା ଦେଇଛନ୍ତି । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାନଙ୍କ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି ନଡ୍ଡା  । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ  । ଅନୁରୋଧକ୍ରମେ  ନବୀନ ପଟ୍ଟନାୟକ ଦୁଇ ମନ୍ତ୍ରୀଙ୍କୁ କାଲି ଦିଲ୍ଲୀ ପଠାଇବେ  । ନାମାଙ୍କନ ସମୟରେ ସେମାନେ ମୁର୍ମୁଙ୍କ ସହ ଉପସ୍ଥିତ ରହିବେ  । କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସରକା ନାମାଙ୍କନ ସମୟରେ ଉପସ୍ଥିତ ରହିବା ସହ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ  । ସୂଚନା ଥାଉକି ଗତକାଲି ନବୀନ ପଟ୍ଟନାୟ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା  ।

Spread the love